ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଘାଟିତ : ଓଡ଼ିଶୀ ବଖାଣିଲା ଜାତି ନନ୍ଦିଘୋଷର ଗାଥା

ଧଉଳି: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଏବଂ ଆର୍ଟ ଭିଜନ୍‌ର ମିଳିତ ଆନୁକୂଲ୍ୟରେ ଆଜି ୨୦ ତମ ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଧଉଳିଗିରି ପାଦଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ବଖାଣିଥିଲା ପ୍ରାଚୀନ ଓଡ଼ିଶାର ଗୌରବ ଗାଥା। ସେହିଭଳି ସମରକଳା ନୃତ୍ୟରେ ଫୁଟିଉଠିଥିଲା କଳିଙ୍ଗ ଯୋଦ୍ଧାର ବୀରତ୍ୱ କାହାଣୀ। ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍ସ ଏକାଡେମିର ନୃତ୍ୟଶିଳ୍ପୀମାନଙ୍କ ପରିବେଷିତ ଦଳଗତ ଓଡ଼ିଶୀ ନୃତ୍ୟ ‘ଜାତି ନନ୍ଦିଘୋଷ’ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ୩୦୦୦ ବର୍ଷ ତଳର ଓଡ଼ିଶାର ଇତିହାସ ଐତିହ୍ୟ, ପରମ୍ପରା, କଳା, ହସ୍ତଶିଳ୍ପ, ଭାଷା ଓ ସାହିତ୍ୟ ଉପସ୍ଥାପିତ ହୋଇଥିଲା। କେଦାର ମିଶ୍ର ସଂଳାପ ପ୍ରସ୍ତୁତ କରିଥିଲେ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାଶ ଓ ଅଗ୍ନିମିତ୍ର ବେହେରା। ବାଦ୍ୟ ସଂଯୋଜନା କରିଥିଲେ ଧନେଶ୍ୱର ସ୍ୱାଇଁ ଓ ଅଜୟ କୁମାର ଚୌଧୁରୀ। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଡ. ଅରୁଣା ମହାନ୍ତି।
ଏହି ଅବସରରେ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ‘ମୋହେ ଆପ୍‌ନେ ହି ରଙ୍ଗ୍‌ମେ’, ‘ମସ୍ତ କଲନ୍ଦର’ ଓ ‘ରସକେ କମର’ ଭଳି ଚିରସବୁଜ ଗୀତ ଗାଇ ସମବେତ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ମେଦିନାପୁର ସାରାଭୂଜା ଡ୍ୟାନ୍ସ ଥିଏଟରର ଗୁରୁ ଡ. ତରୁଣ ପ୍ରଧାନ ଓ ସାଥୀ ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ସମରକଳା କୌଶଳ ନୃତ୍ୟ ‘ରାଇବାଂଶେ’ ଦର୍ଶକମାନଙ୍କୁ ରୋମାଞ୍ଚିତ କରିଥିଲା। ଉଦ୍‌ଘାଟନୀ ସଂଧ୍ୟାରେ ବିଶିଷ୍ଟ ଓଡ଼ିଆ ଭାଷାବିତ୍‌ ତଥା ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ମେୟର ସୁଲୋଚନା ଦାସ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ତଥା ଆନ୍ତର୍ଜାତିକ ବାଲୁକା କଳାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ ଓ ନାଜିଆ ଆଲାମ୍‌ କାର୍ଯ୍ୟକ୍ରକ ସଂଯୋଜନା କରିଥିଲେ।

Share Now:

Kalinga News Beuro

Next Post

ଡ୍ରେନ୍‌ ନିର୍ମାଣକୁ ବିରୋଧ କଲେ ହଂସପାଳ ଗ୍ରାମବାସୀ

Sat Feb 10 , 2024
ବାଲିଅନ୍ତା ବଜାର: ବିଏମ୍‌ସିର ୪ ନମ୍ବର ୱାର୍ଡ ଅଧୀନ ହଂସପାଳ ବାଟମହାବୀର ସମ୍ମୁଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିଭଳି ପୁରୁଣା ଜଗନ୍ନାଥ ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। କିନ୍ତୁ ଠିକାସଂସ୍ଥା ନିମ୍ନମାନର କାମ କରୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାମ ବେଳେ ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକା ସଂସ୍ଥା ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଆସୁଛି। ପୂର୍ତ୍ତ ବିଭାଗରୁ ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial