ବିବାହରେ ୫୦ରୁ ଅଧିକ ଓ ଅନ୍ତେଷ୍ଟିକ୍ରିୟାରେ ୨୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି ପାରିବାରିକ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୋଟିଏ ବିବାହ ସମାରୋହରେ ଅତି ବେଶୀରେ ୫୦ ଜଣ ଓ ଏକ ଅନ୍ତେଷ୍ଟି କ୍ରିୟାରେ ୨୦ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ବିବାହ ସମାରୋହରେ ସର୍ବାଧିକ ୫୦ ଜଣ ଲୋକ ଯୋଗ ଦେଇପାରିବେ। ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୨୦ ଜଣ ଲୋକ ଯୋଗ ଦେଇପାରିବେ। ତେବେ ଏସବୁ କାର୍ଯ୍ୟବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏହା ସହିତ ସର୍ବସାଧାରଣ ସ୍ଥାନରେ ମଦ୍ୟ,ଗୁଟଖା ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ସେବନକୁ ନିଷିଦ୍ଧ କରାଯାଇଛି। ସେହିପରି ଯେଉଁ ସବୁ ଅଫିସ ଖୋଲିଛି, ସେଠାରେ ଥର୍ମାଲ ସ୍କାନର ମାଧ୍ୟମରେ ସବୁ କର୍ମଚାରୀଙ୍କ ସ୍କାନିଂ ହେବା ଆବଶ୍ୟକ। ଅଫିସରେ ଯେପରି ଯଥେଷ୍ଟ ସଂଖ୍ୟାକ ମାସ୍କ ଓ ସାନିଟାଇଜର ଆଦି ରହିବ ତାହା ଅଫିସର ମୁଖ୍ୟ ନିଶ୍ଚିତ କରିବେ। ଅଫିସରେ କାମ କରୁଥିବା କର୍ମଚାରୀମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି କାମ କରିବେ। କର୍ମଚାରୀମାନେ ଆରୋଗ୍ୟ ସେତୁ ଆପରେ ନିଜକୁ ପଂଜୀକୃତ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ରେଳ ଏପର୍ଯ୍ୟନ୍ତ ୬୨ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି ଓ ଏଥିରେ ମୋଟ ୭୦ ହଜାର ଲୋକଙ୍କୁ ପରିବହନ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଦେଶରେ ରେକର୍ଡ : ଗୋଟିଏ ଦିନରେ ୩୯୦୦ ନୂଆ ସଂକ୍ରମିତ, ୧୯୫ ମୃତ୍ୟୁ

Tue May 5 , 2020
ନୂଆଦିଲ୍ଲୀ : କରୋନା ମହାମାରୀ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି। ୨୪ ଘଣ୍ଟାରେ ଭାରତରେ ରେକର୍ଡ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି। ଚିନ୍ତାଜନକ ବିଷୟ ହେଉଛି ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial