ପୁରୀରେ ଜାରି ହେବ ୧୪୪ ଧାରା: ରାତି ୨ଟାରୁ ଆସନ୍ତାକାଲି ନାଗାର୍ଜୁନ ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା

ପୁରୀରେ ଜାରି ହେବ ୧୪୪ ଧାରା

ପୁରୀ: ନାଗାର୍ଜୁନ ବେଶ ଓଲାଗି ପାଇଁ ପୁରୀରେ ୧୪୪ ଧାରା ଜାରି କରାଯିବ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ତେଣେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ନାଗାର୍ଜୁନ ବେଶ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ କୋଭିଡ୍-୧୯ ସତର୍କତା ଅନୁଯାୟୀ ଭିଡ଼କୁ ରୋକିବା ଲାଗି ୧୪୪ ଧାରା ଜାରି ହେବ। ଠିକ୍ ସେହିପରି ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ ବି ୧୪୪ ଧାରା ବଳବତ୍ତର ରହିବ। ରାତି ୨ଟାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା। ମହାପ୍ରଭୁଙ୍କ ବେଶ ଓଲାଗି ପାଇଁ ହରଚଣ୍ଡି ସାହିରୁ ସିଂହଦ୍ୱାର ପର୍ଯ୍ୟନ୍ତ ପୁଲିସର ଏସକର୍ଟ ରହିବ। ଏଥିଲାଗି ପୁରୀରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ୨ ଏଏସପି, ୭ ଡିଏସପି, ୧୯ ଏସ୍ ଆଇ ଓ ୭୭ ଏଏସଆଇଙ୍କୁ ନିୟୋଜିତ କରାଯାଇଥିବାର ସୂଚନା ମିଳିଛି।

Share Now:

Kalinga News Beuro

Next Post

ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

Thu Nov 26 , 2020
ନୂଆଦିଲ୍ଲୀ: ଆଜି (ଗୁରୁବାର) ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନ୍ୟୂନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ର କହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ […]
ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial