୪ ଓଡ଼ିଆ କଳାକାର ପାଇବେ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର

‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର

ନୂଆଦିଲ୍ଲୀ: ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଭାରତର ୮୪ଜଣ କଳାକାରଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ କଳାକାର ଥିବା କଥା ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍‌ ରିଲିଜ୍‌ରୁ ଜଣାପଡ଼ିଛି। ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ୱର ଦାସ, ‘ଥିଏଟର୍‌’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍‌ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।
ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ବ) ତଥା ସାଂସ୍କୃତିକ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସେପ୍ଟେମ୍ବର ୧୬ ତାରିଖ ଦିନ ନୂଆଦିଲ୍ଲୀର ‘ବିଜ୍ଞାନ ଭବନ’ରେ ହେବାକୁ ଥିବା ବିଶେଷ ଉତ୍ସବରେ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ଜୀବନବ୍ୟାପୀ ‘ପର୍‌ଫର୍‌ମିଙ୍ଗ୍‌ ଆର୍ଟ’ ପ୍ରଦର୍ଶନ କରି ଏଯାବତ୍‌ କୌଣସି ଜାତୀୟ ସମ୍ମାନ ପାଇ ନ ଥିବା ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ କଳାକାରମାନଙ୍କୁ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ବିଶେଷ ପୁରସ୍କାର ପ୍ରଦାନ କରାଯିବ।

Share Now:

Kalinga News Beuro

Next Post

ଆଜିଠାରୁ କମିବ ବର୍ଷା : ୫ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

Fri Sep 15 , 2023
ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି। ଆମ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍‌ ହେବ। ରାଜ୍ୟର ବିିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି।ବଲାଙ୍ଗୀର ଜିଲ୍ଳାର ଅଧିକାଂଶ ଅଞ୍ଚ‌ଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, […]
ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial