ଆଜିଠାରୁ କମିବ ବର୍ଷା : ୫ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି। ଆମ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍‌ ହେବ। ରାଜ୍ୟର ବିିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି।
ବଲାଙ୍ଗୀର ଜିଲ୍ଳାର ଅଧିକାଂଶ ଅଞ୍ଚ‌ଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୦ ସେମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀରର ଦେଓଗାଁରେ ସର୍ବାଧିକ ୧୯ ସେମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁଡ଼ବେଲାରେ ୧୩, ବଲାଙ୍ଗୀରରେ ୧୧, କଳାହାଣ୍ଡିର କରଲାମୁଣ୍ଡାରେ ୧୧, ନରଲାରେ ୧୧, ବରଗଡ଼ର ଗାଇସିଲେଟରେ ୧୧, କନ୍ଧମାଳ ବାଲିଗୁଡାରେ ୧୦, ନୂଆପଡ଼ାରେ ୧୦, ବରଗଡ଼ର ବିଜେପୁରରେ ୧୦ ସେମି ବର୍ଷା ରେକର୍ଡ ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଠାରୁ ୧୮ ତାରିଖ (ସୋମବାର) ମଧ୍ୟରେ ବି ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ।

Share Now:

Kalinga News Beuro

Next Post

ଭିଜିଲାନ୍ସ ପଞ୍ଝାରେ ଓଏଏସ୍‌ ସଂଗ୍ରାମ କେଶାରୀ ଜେନା

Fri Sep 15 , 2023
୪ ସ୍ଥାନରେ ଚଢ଼ଉ, ୩ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି ଠାବ ଭୁବନେଶ୍ୱର: ବିନା ଲାଞ୍ଚରେ ଫାଇଲ୍‌ ଆଗକୁ ବଢ଼ିପାରୁନି, ମାସ ମାସ ଧରି ପଡ଼ିରହୁଛି। ରାଜ୍ୟ ସରକାରଙ୍କର ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ସବୁଠୁ ଉଦ୍‌ବେଗର କାରଣ ହେଉଛି, ଯେଉଁଠୁ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି, ଯେଉଁଠାରୁ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ […]
ଭିଜିଲାନ୍ସ ପଞ୍ଝାରେ ଲୋକସେବା ଭବନ ବାବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial