ଭତ୍ତା ପାଇଁ ତତଲା ରାସ୍ତାରେ ଖାଲି ପାଦରେ ବୃଦ୍ଧା

ଭତ୍ତା ପାଇଁ ତତଲା ରାସ୍ତାରେ ଖାଲି ପାଦରେ ବୃଦ୍ଧା

ନବରଙ୍ଗପୁର: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିଲେ ଦୁଃଖ ଲାଗୁଛି। ଭିଡିଓରେ ଜଣେ ବୃଦ୍ଧାଙ୍କୁ ଦେଖିବାକୁ ମିଳୁଛି। ଯିଏକି ଏଭଳି ପ୍ରଚଣ୍ଡ ଖରାରେ ଏକ ଚୌକି ସାହାଯ୍ୟରେ ଖାଲି ପାଦରେ ରାସ୍ତାରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତରେ ଘଟିଛି। ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧାଙ୍କ ନାମ ସୂର୍ଯ୍ୟ ହରିଜନ ବୟସ ୭୨ବର୍ଷ ରହିଛି। ସେ ଚାଲି ନପାରିବାରୁ ଅସହାୟ ଅବସ୍ଥାରେ ଚୌକି ସାହାଯ୍ୟରେ ଭତ୍ତା ଟଙ୍କା ନେବାକୁ ପ୍ରତିଦିନ କୋଶେ ବାଟ ଯାଇଥାଆନ୍ତି। କିନ୍ତୁ ‌ସେଠାରେ ତାଙ୍କର ଆଙ୍ଗୁଠି ଚିହ୍ନ ନମିଶିବାରୁ ନିରାଶ ହୋଇ ଘରକୁ ଫେରନ୍ତି। ଏହି ଅସହାୟ ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
କୁହାଯାଉଛି କି, ଗତ ୪ମାସ ପୂର୍ବେ ସେ ଭତ୍ତା ଟଙ୍କା ପାଇଁ ସାରିଆପୋଡ଼ା ବ୍ୟାଙ୍କ ସୁବିଧାକେନ୍ଦ୍ରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ଗୋଡ଼ି ଭାଙ୍ଗିଯାଇଥିଲା। ‌ଏହାପର ଠାରୁ ‌ସେ ଭଲଭାବେ ଚାଲି ପାରୁ ନଥିବାରୁ ପ୍ରତିଥର ଭତ୍ତା ଟଙ୍କା ପାଇଁ ଏହି ଚୌକି ସାହାଯ୍ୟରେ ଚାଲିଚାଲି ଯାଇଥାଆନ୍ତି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରାର୍ଥଜିତ ମଣ୍ଡଳ କହିଛନ୍ତି, ବୃଦ୍ଧା ସୂର୍ଯ୍ୟମଣି ଆଜକୁ କିଛିମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ଥିଲେ। କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାରକାର୍ଡ ଲିଙ୍କ ହୋଇ ପାରୁ ନଥିବାରୁ ଟଙ୍କା ଉଠାଣ ମେସିନରେ ଆଙ୍ଗୁଠି ଚିହ୍ନ ମିଶୁ ନଥିଲା। ଏମିତି କି ସେ ନିଜର ଆଧାରକାର୍ଡ ଓ ବ୍ୟାଙ୍କ ପାସବୁକ ତାଙ୍କ ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇ ଆସିଥିବା ଜଣାପଡ଼ିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଭତ୍ତା ମିଳିବାର ସମସ୍ତ ବ୍ୟବସ୍ଥା କରି ଦିଆଯାଇଛି। ସେ ଭତ୍ତା ପାଇ ସାରିଛନ୍ତି।

Share Now:

Kalinga News Beuro

Next Post

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ : ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ, ସାନଭାଇ ଦେଲେ ମୁଖାଗ୍ନି

Sat Apr 22 , 2023
ସାକ୍ଷୀଗୋପାଳ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ ଶନିବାର ଅପରାହ୍ନ ସାଢ଼େ ୨ଟା ପଞ୍ଚଭୂତରେ ଲୀନ ହୋଇଛନ୍ତି। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ମରଶରୀରରେ ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି।ଏହି ଅବସରରେ […]
ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial