ଶ୍ରମ ଆଇନର ଖୋଲା ଉଲ୍ଲଂଘନ : ୧୦୦ ଫୁଟ୍‌ ଉପରେ ବାଜି ଲାଗିଛି ଜୀବନ

ଶ୍ରମ ଆଇନର ଖୋଲା ଉଲ୍ଲଂଘନ

ଭୁବନେଶ୍ୱର: ରାଜଧାନୀରେ ଶ୍ରମ ଆଇନର ଖୋଲା ଉଲ୍ଲଙ୍ଘନ। ନା ଅଛି ମୁଣ୍ଡରେ ହେଲମେଟ୍‌, ନା ଦେହରେ ସେଫ୍ଟି ଜ୍ୟାକେଟ୍‌, ପାଦରେ ଯୋତା ବି ନାହିଁ। ଧୁ’ ଧୁ’ ଖରାବେଳଟାରେ ୧୦୦ ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରେ ୨୦ରୁ ଅଧିକ ଶ୍ରମିକ ଅତି ବିପଦସଂକୁଳ ଭାବେ କାମ କରୁଛନ୍ତି। ଟିକିଏ ଅସାବଧାନ ହେଲେ ତଳେ ପଡ଼ି ଜୀବନ ଯିବା ଥୟ। ବାଣୀବିହାରସ୍ଥିତ ୱାଟ୍‌କୋ ଡିଭିଜନ୍-୧ କାର୍ଯ୍ୟାଳୟ ପରିସରରେ ଆଜି ଏ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କୁ ଏହି ଦୃଶ୍ୟ ବିଚଳିତ କରିଥିଲେ ହେଁ ଏଥିପ୍ରତି କୌଣସି ସରକାରୀ ଅଧିକାରୀଙ୍କ ନିଘା ନଥିଲା।
ଧୁ ଧୁ ଖରାରେ କାମ କରୁଛନ୍ତି ଶ୍ରମିକ,ନାହିଁ ହେଲମେଟ୍‌ କି ସେଫ୍‌ଟି ଜ୍ୟାକେଟ୍‌
ଅଫିସ୍‌ର ଅଧିକାରୀମାନେ ବି ଦେଖି ନ ଦେଖିବା ପରି ଚୁପ୍‌ ରହିଥିଲେ। ପାଣିଟାଙ୍କି ତଳେ କାମ କରୁଥିବା କୌଣସି ପୁରୁଷ ଓ ମହିଳା ଶ୍ରମିକମାନଙ୍କ ମୁଣ୍ଡରେ ହେଲେ‌ମେଟ୍‌ ନଥିଲା। ଶହେ ଫୁଟ୍‌ ଉଚ୍ଚ ପାଣିଟାଙ୍କିର ଚାରିପଟେ ଯେଉଁ ସୁରକ୍ଷା ଜାଲି ରହିବା କଥା, ତାହା ବି ନଥିବା ଦେଖିବାକୁ ମିଳିଛି। ତେବେ ଗଣମାଧ୍ୟମ ପହଞ୍ଚିବାରୁ କ୍ୟାମେରା ଦେଖି ଭୟରେ କାମକୁ କିଛି ସମୟ ପର୍ଯ୍ୟନ୍ତ ଠିକାଦାର ବନ୍ଦ କରି ଦେଇଥିଲେ। ଏନେଇ ୱାଟକୋ ଡିଭିଜନ୍-୧ ମହାପ୍ରବନ୍ଧକ ଅଧୀକ୍ଷକ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନଥିଲା।

Share Now:

Kalinga News Beuro

Next Post

ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି : ୫-ଟି ସଚିବ ଭି.କେ.ପାଣ୍ଡିଆନ

Wed May 10 , 2023
ଗଜପତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ପାଣ୍ଡିଆନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ […]
ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial