କଟକ: ହାଇ ସିକ୍ୟୁରିଟି ନମ୍ୱର୍ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ। ସତ୍ୟପାଠରେ ନମ୍ବର ପଞ୍ଜିକରଣ ପାଇଁ କଣ ଭିତ୍ତିଭୂମି ଅଛି ତାହା ଦର୍ଶାଇଥିବାବେଳେ ମାସେ ସମୟ ବୃଦ୍ଧି କରାଯାଇଛି ବୋଲି ମଧ୍ୟ ସତ୍ୟପାଠରେ ଦର୍ଶାଯାଇଛି।ପରିବହନ ବିଭାଗର ସତ୍ୟପାଠ ଉପରେ ଆବେଦନକାରୀ ପରବର୍ତ୍ତୀ ସମୟରେ ଜବାବ ରଖିବେ ଓ ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ (ଏଚଏସ୍ଆର୍ପି) ଆବେଦନ ସମୟସୀମାକୁ ରାଜ୍ୟ ପରିବହନ ବିଭାଗ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହି ଅବଧି ଫେବୃଆରୀ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ଗାଡି କିଣିଥିବା ମାଲିକମାନେ ସେମାନଙ୍କ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୧, ୨, ୩, ୪ରେ ଶେଷ ହେଉଥିବା ଗାଡି ଗୁଡିକ ନଭେମ୍ବର ୩୦ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୫, ୬, ୭ ଓ ୮ ଶେଷ ନମ୍ବର ଥିବା ଗାଡି ଗୁଡିକ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ୯ ଓ ୦ ନମ୍ବର ରେ ଶେଷ ହେଉଥିବା ଗୁଡିକ ପାଇଁ ଏହା ଫେବ୍ରୁଆରି ୨୮ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଛି।
ହାଇ ସିକ୍ୟୁରିଟି ନମ୍ୱର୍ ମାମଲାରେ ରାଜ୍ୟ ପରିବହନ ବିଭାଗର ସତ୍ୟପାଠ ଦାଖଲ

Share Now: