ଚିକିତ୍ସାଳୟ ବାରଣ୍ଡାରେ ପ୍ରାଣ ହରାଇବା ଘଟଣା : ଡାକ୍ତର ସସପେଣ୍ଡ, ଫାର୍ମାସିଷ୍ଟ କାର୍ଯ୍ୟରୁ ଅନ୍ତର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇବାର ହୃଦୟ ବିଦାୟକ ଦୃଶ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟକୁ ଆନ୍ଦୋଳିତ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଆଜି ସେହି ଦିନ ଡିୟୁଟିରେ ଥିବା ଆୟୁଷ ଡାକ୍ତରଙ୍କୁ ସସ୍ପେଣ୍ଡ କରିଥିବାବେଳେ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂପର୍କରେ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଚିକତ୍ସାଳୟରେ ଘଟିଥିବା ଘଟଣାର ତଦନ୍ତ ପାଇଁ ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିଦିନ ଡିୟୁଟିରେ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିଲା ଏବଂ କାର୍ଯ୍ୟରତ ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯେ କେଉଁ ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଆୟୁଷ ଡାକ୍ତରଙ୍କୁ ଚିକିତ୍ସାନିମନ୍ତେ ନିୟୋଜନ କରାଯାଇଥିଲା..?ସେଠାରେ କଣ ଅନ୍ୟ ଏମବିବିଏସ ଡାକ୍ତର ନାହାଁନ୍ତିକି..? ଯଦି ଅଛନ୍ତି ତେବେ ସେ କଣ ଆସୁନାହାନ୍ତି ନା କେବଳ କାଗଜପତ୍ରରେ ଆସୁଛନ୍ତି..? ସରକାରଙ୍କ ତହବିଲରୁ ନେଉଥିବା ଲକ୍ଷାଧିକ ମାସିକ ଦରମା କଣ ସରକାର ଭୁତଙ୍କୁ ଦେଉଛନ୍ତି..? ନିରୀହ ଓ ସରକାରୀ ପ୍ରମାଣ ପତ୍ରରେ ସରକାରୀ ଡାକ୍ତର ଭାବରେ ମାନ୍ୟତା ନ ଥିବା ଜଣେ ଆୟୁଷ ଡାକ୍ତରଙ୍କୁ ସସ୍ପେଣ୍ଡ କରିବା କେତେ ଯୁକ୍ତିଯୁକ୍ତ ତାହା ସରକାର ବିଚାର କରନ୍ତୁ।

Share Now:

Kalinga News Beuro

Next Post

ଓଡ଼ିଶାର ହେମଗିରି ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ

Sat Sep 19 , 2020
ସୁନ୍ଦରଗଡ଼/ହେମଗିରି : ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିରି ବନାଞ୍ଚଳସ୍ଥିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦୃଷ୍ଟିଗୋଚର ହୋଇଛନ୍ତି। କିଛିଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି। କିନ୍ତୁ ବନବିଭାଗ ଏ ସମ୍ପର୍କରେ ନିରବ ରହିଛି। ଏହାପୂର୍ବରୁ ୨୦୧୮ ମଇ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା। ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମକରି ଏକ ବିରଳ କଳାବାଘ […]
ହେମଗିର ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial