କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା : ଜଣେ ମୃତ, ଅନ୍ୟ ଜଣେ ଆହତ

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା

କେନ୍ଦୁଝର: କେନ୍ଦୁଝରରେ ଏକ ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଫାଣ୍ଡି ତାରିଣୀ ମନ୍ଦିର ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ତେଲକୋଇ ଅଭିମୁଖେ ଯାଉଥିବା ଅମ୍ବା ନାମକ ଘରୋଇ ବସ୍ ପ୍ରଥମେ ବିପରୀତ ଦିଗରୁ ରଙ୍ଗ୍ ରୁଟରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଏକ ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ମୋଟର୍ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ବୁଲେଟ୍ ଚଳାଉଥିବା ଆରୋହୀ ମୋଟର୍ ସାଇକେଲ୍ ମେକାନିକ୍ ଲମ୍ବୋଧର ମହାନ୍ତଙ୍କୁ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବରୁଣ ନାଏକ ଆହତ ହୋଇଥିଲେ।

Share Now:

Kalinga News Beuro

Next Post

ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରା ଶେଷ

Mon Jul 31 , 2023
କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରାର ଶେଷ ଦିନରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ପାରିବାରିକ ବିବାଦ ମାମଲାରେ କିଛି ପ୍ରଶ୍ନ ପଚାରିଥିବାବେଳେ ଜେରା ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଥିବାବେଳେ ଆଜି ଜେରା ଶେଷ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଜେରା ଶେଷ ପରେ ଅନୁଭବ ମହାନ୍ତି କହିଛନ୍ତି […]
ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial