ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରା ଶେଷ

ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରାର ଶେଷ ଦିନରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ପାରିବାରିକ ବିବାଦ ମାମଲାରେ କିଛି ପ୍ରଶ୍ନ ପଚାରିଥିବାବେଳେ ଜେରା ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଥିବାବେଳେ ଆଜି ଜେରା ଶେଷ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଜେରା ଶେଷ ପରେ ଅନୁଭବ ମହାନ୍ତି କହିଛନ୍ତି ଯେ ନ୍ୟାୟାଳୟ ଉପରେ ଭରସା ଅଛି ମୁଁ ଓ ମୋ ପରିବାର ନ୍ୟାୟ ପାଇବୁ। ନ୍ୟାୟାଳୟରେ ଯେ କେହି ମୋ ଭଳି ବିବାହ ବିଚ୍ଛେଦ ମାମଲା ଲଢ଼ୁଛି ଶୀଘ୍ର ସେମାନଙ୍କୁ ମୁକ୍ତି ମିଳୁ। ମୁଁ ବି ଚାହିଁବି ମୁଁ ଖୁସିରେ ରହିବି ଓ ମୋ ପ୍ରତିପକ୍ଷ ବି ତାଙ୍କ ପରବର୍ତ୍ତୀ ଜୀବନରେ ଭଲରେ ରୁହନ୍ତୁ। ଅସୁବିଧା ସମୟରେ ମୋ ଶୁଭେଛୁମାନେ ମୋ ସାଥ୍ ଦେଇଛନ୍ତି।
ଜେରାବେଳେ ମୋ ଓକିଲ ବର୍ଷାଙ୍କୁ ପ୍ରସଙ୍ଗ ବାହାର ପ୍ରଶ୍ନ ପଚାରିବା କଥା ଠିକ୍ ନୁହେଁ। ମୋ ଓକିଲ ଯାହା ବର୍ଷାଙ୍କୁ ପଚାରିଛନ୍ତି ସବୁ କିଛି ମାମଲା ସମ୍ପର୍କିତ ବୋଲି ଅନୁଭବ କହିଛନ୍ତି। ଉଲ୍ଲେଖ ଥାଉ କି ଜୁଲାଇ ୧୩ ତାରିଖରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ସେମାନଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ୩ ମାସ ଭିତରେ ଶେଷ କରିବାକୁ କଟକ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୩୧ରେ ବର୍ଷାଙ୍କ ଜେରା ସଂପୂର୍ଣ୍ଣ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଚାରି ସପ୍ତାହ ଭିତରେ ଉଭୟ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ଶେଷ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share Now:

Kalinga News Beuro

Next Post

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

Mon Jul 31 , 2023
ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା।ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ଉଲ୍ଲେଖ ଥାଉ କି ୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ […]
ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial