ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା।
ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ଉଲ୍ଲେଖ ଥାଉ କି ୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଏକ ସଭା ହୋଇଥିଲା। ସଭା ଚାଲିଥିବାବେଳେ ହଠାତ୍‌ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୁଲିସ୍‌ ଆର୍‌ଆଇ(ରିଜର୍ଭ ଇନ୍ସପେକ୍ଟର) ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇସାରିଛି। ଆଉ ଏବେ ନାରାୟଣଙ୍କ ସମେତ ୧୩ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Share Now:

Kalinga News Beuro

Next Post

ଜୁଲାଇରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ : ଓଡ଼ିଶାରୁ ୪୨୪୫ କୋଟି

Tue Aug 1 , 2023
ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି। ଜୁଲାଇ ମାସରେ କ୍ରମାଗତ ପଞ୍ଚମ ଥର ପାଇଁ ରାଜସ୍ୱ ଆଦାୟ ୧.୬ ଲକ୍ଷ କୋଟି ଟପିଛି। ଜୁଲାଇରେ ଜିଏସଟି ଆଦାୟ ବାର୍ଷିକ ୧୧ ପ୍ରତିଶତ ବୃଦ୍ଧି ପାଇ ୧,୬୫,୧୦୫ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଜୁନ ୨୦୨୩ରେ ଜିଏସଟି ଆଦାୟ ୧.୬୧ ଲକ୍ଷ କୋଟି ଥିଲା ଓ ଜୁଲାଇ ୨୦୨୨ରେ ୧ […]
ଜୁଲାଇରେ ୧.୬୫ ଲକ୍ଷ କୋଟିର ଜିଏସଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial