ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ : ୨୦ରୁ ଅଧିକ ଆହତ, ୧୪୪ ଧାରା ଜାରି

ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ବର: ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ। ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଛି। ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଉଡ଼ିଲା ବଟଲ ଓ ଫୁଟିଲା ବୋମା। ଏଭଳି ଅଘଟଣା ଘଟିଛି ମଞ୍ଚେଶ୍ଵର ଥାନା ପଦ୍ମକେଶରୀପୁରର କେଳା ସାହିରେ। ଏହି ଉତ୍ତେଜନାକୁ ଦେଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମଞ୍ଚେଶ୍ବର ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଛି।
ରାତି ୨ ରୁ ସକାଳ ୬ ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ଗୋଷ୍ଟି ସଂଘର୍ଷ ଲାଗି ରହିଥିଲା। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୧୪୪ ଧାରା ଜାରି କରିଛି। ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ପରବର୍ତ୍ତୀ ସମୟରେ ପୁଲିସ ଉଭୟ ପକ୍ଷରୁ ୨୦ ଜଣରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share Now:

Kalinga News Beuro

Next Post

ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩ : ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

Fri Oct 27 , 2023
ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ […]
ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial