ଖଣ୍ଡଗିରି ପାହାଡ଼ ନିକଟରୁ ୧୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ : ଯୁବକ ଗିରଫ

ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ଆଜି ବେଆଇନ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଛି। ଏଥି ସହିତ ଅଭିଯୁକ୍ତ ପାଖରୁ ୧୩ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ହେଲା କେଶବ ସିଂହ (୨୧)। ପୁଲିସ କହିବା ଅନୁସାରେ ପୁଲିସ ଟିମ୍‌ ଆଜି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଖଣ୍ଡଗିରି ପାହାଡ଼ ନିକଟରେ ଥିବା ସୁଲଭ ଶୌଚଳୟ ପଛପଟେ ବେଆଇନ ବ୍ରାଉନସୁଗାର ବିକ୍ରୟ ସୂଚନା ଖଣ୍ଡଗିରି ଥାନା ପୁଲିସକୁ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିଲା। ଖଣ୍ଡଗିରି ପୁଲିସ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହିତ ଉକ୍ତ ସ୍ଥାନରେ ପହଞ୍ଚି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ ଏବଂ ତାଙ୍କ ହେପଜାତରୁ ୧୩ ଗ୍ରାମ ବ୍ରାଉନସୁଗାର ଜବତ ମଧ୍ୟ କରିଥିଲେ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁର ଦିଲ୍ଲୀପ ସିଂହଙ୍କ ପୁଅ କେଶବ ସିଂହ ବୋଲି ଜଣାପଡ଼ିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ବ୍ରାଉନସୁଗାର ବିକ୍ରୟ ନେଇ କୌଣସି ସନ୍ତୁଷ୍ଟିଜନକ ଉତ୍ତର ଦେଇପାରିନଥିବାରୁ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ଥାନାକୁ ଆଣିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ଉକ୍ତ ବ୍ରାଉନସୁଗାରକୁ ବାଲେଶ୍ଵର ଅଞ୍ଚଳରୁ ଆଣି ଭୁବନେଶ୍ୱରର ଯୁବ ପିଢୀକୁ ବିକ୍ରୟ କରି ବିପୁଳ ଅର୍ଥ ରୋଜଗାର କରୁଥିବାର ପ୍ରକାଶ କରିଥିଲେ। ତଦନ୍ତ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Share Now:

Kalinga News Beuro

Next Post

ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ

Sat Sep 24 , 2022
ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ମଡ଼ାଇଥିଲା ଚାଳକ। ଗୋଟେ ପରେ ଗୋଟେ ଗାଇଙ୍କ ଉପରେ ଚଢ଼ାଇ ଦେଇଥିଲା। Share Now:
ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial