ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ

ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହେଉଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ୫ଟି ସ୍ଥାନରେ ଚଢଉ କରିଛନ୍ତି। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଛି। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି। ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଉଛି। ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ଵାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଅନୁସନ୍ଧାନ ଚାଲିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ସୁନ୍ଦରପଦା-ଜଟଣୀ ରାସ୍ତାରେ ବାଉଁଶ ପକାଇ ଲୁଟ

Sat Jun 17 , 2023
ପୁରୁଣା ଭୁବନେଶ୍ୱର: କିଛି ଦିନ ହେଲା ପୁଣି ସୁନ୍ଦରପଦା-ଜଟଣୀ ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ୍ ଦେଖିବାକୁ ମିଳିଛି। ବୋତଣ୍ଡା, କାଳିଆଶନି ଭଳି କିଛି ଛକରେ ଦୁର୍ବୃତ୍ତମାନେ ଲୋକଙ୍କୁ ଅଟକାଇ ଲୁଟ୍‌ପାଟ୍‌ କରୁଥିବା ଅଭିଯୋଗ ହୋଇଆସୁଛି। କିଛି ଜେଲ୍‌ ଫେରନ୍ତା ଦୁର୍ବୃତ୍ତ ଏହି ରାସ୍ତାରେ ଲୁଟ୍‌ତରାଜରେ ମାତିଥିବା କୁହାଯାଉଛି। ଅଭିନବ ଢଙ୍ଗରେ ସେମାନେ ଲୋକଙ୍କୁ ଲୁଟୁଥିବା ଜଣାପଡ଼ିଛି। ରାସ୍ତାର ନିଛାଟିଆ ସ୍ଥାନରେ ବାଉଁଶ ପକାଇ ଗାଡ଼ି ଚାଳକଙ୍କୁ ରୋକିବା ପରେ ମାରଣାସ୍ତ୍ର ଦେଖାଇ […]
ସୁନ୍ଦରପଦା-ଜଟଣୀ ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial