ଟ୍ରକକୁ ନିଆଁ ଲଗାଇ ପୋଡ଼ିଦେଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ। ସମସ୍ତ ଟ୍ରକରେ ଲୁହାଛଡ଼ ରହିଥିଲା। ନିଆଁ ଲାଗି ଟ୍ରକଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିାବାକୁ ମିଳିଛି। ଏହି ଅଂଚଳରେ ଅମଦାଇ ମାଇନସ୍ ନାମକ ଏକ ସଂସ୍ଥା ରହିଛି। ଏହାକୁ ନକ୍ସଲ ପୂର୍ବରୁ ହିଁ ବିରୋଧ କରିଆସୁଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଥାନେରେ ଭୀଷଣ ଅଗ୍ନିକାଣ୍ଡରେ ଜଳିଗଲା ୨୦ଟି ଗୋଦାମ

Sun Mar 31 , 2024
ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟରାତ୍ରିରେ ପାରଶନାଥ ପରିସରରେ ଥିବା ଗୋଦାମଗୁଡ଼ିକରେ ଏହି ନିଆଁ ଲାଗିଥିଲା। ଗୋଦାମରେ କାଠ ପ୍ଲାଇ, ପ୍ଲାଷ୍ଟିକ ସାମଗ୍ରୀ, କାଗଜ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial