ନର୍ସଙ୍କ ସହିତ ଯୌନକ୍ରିୟାରେ ଲିପ୍ତ ରହି ରୋଗୀ ମୃତ : ଚାକିରିରୁ ବିଦା ହେଲେ ଅଭିଯୁକ୍ତ ନର୍ସ

ଚାକିରିରୁ ବିଦା ହେଲେ ଅଭିଯୁକ୍ତ ନର୍ସ


‌ୱାଲେଜ୍‌: ନର୍ସଙ୍କ ସହିତ ଯୌନକ୍ରିୟା ବେଳେ ଜଣେ ରୋଗୀ ପ୍ରାଣ ହରାଇଥିବା କଥା ଜାଣିବା ପରେ ଇଂଲଣ୍ଡ୍‌ର ଏକ ଡାକ୍ତରଖାନାର କର୍ତ୍ତୃପକ୍ଷମାନେ ସମ୍ପୃକ୍ତ ନର୍ସଙ୍କୁ ଚାକରିରୁ ବିଦା କରି ଦେଇଥିବା କଥା ‘ଦି ୟୁ.କେ. ଟାଇମ୍‌ସ୍‌’ ରିପୋର୍ଟ କରିଛି। ବହିଷ୍କୃତ ନର୍ସଜଣକ ବି ସ୍ବୀକାର କରିଛନ୍ତି ଯେ, ଉକ୍ତ ରୋଗୀଙ୍କ ସହିତ ତାଙ୍କର ୧ ବର୍ଷରୁ ଅଧିକ ସମୟ ହେବ ଗୁପ୍ତ ସମ୍ପର୍କ ଥିଲା। ହସ୍ପିଟାଲ୍‌ର କାର୍‌ ପାର୍କିଙ୍ଗ୍‌ ସ୍ଥଳରେ ଆସନ୍ନମୃତ୍ୟୁ ବେଳେ ତାଙ୍କୁ (ରୋଗୀ) ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଥର ବିଳମ୍ବିତ ରାତ୍ରରେ ନର୍ସଙ୍କ ସହିତ ଯୌନକ୍ରିୟା କରିବା ହିଁ ସେ ରୋଗୀଙ୍କ ମୃତ୍ୟୁର କାରଣ ‌ହୋଇଥିଲା। ସେ ମୃତ୍ୟୁମୁଖକୁ ଯାଉଛନ୍ତି ଜାଣି ମଧ୍ୟ ପିନିଲପ୍‌ ୱିଲିୟମ୍‌ସ୍‌ ନାମ‌କ ଉକ୍ତ ୪୨ ବର୍ଷୀୟ ନର୍ସ ଆମ୍ବୁଲାନ୍‌ସ୍‌ ଡକାଇ ନ ଥିଲେ। ୱାଲେଜ୍‌ ଡାକ୍ତରଖାନାରେ ‘ଡାଏଲିସିସ୍‌’ ଚିକିତ୍ସା କରାଉଥିବା ଉକ୍ତ ରୋଗୀଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ତାଙ୍କର ପୁରାତନ ‘କିଡ୍‌ନି’ ବେମାରି ଥିଲା।
ସୂଚନାଯୋଗ୍ୟ, ଉକ୍ତ ରୋଗୀଙ୍କ ସହିତ ୱିଲିୟମ୍‌ସ୍‌ଙ୍କର ସମ୍ପର୍କ ଥିଲା ବୋଲି ତାଙ୍କର ସହକର୍ମୀମାନେ ଜାଣିଥିଲେ। ଏହାର ପରିଣତି ଚରମ ହେବ ବୋଲି ସେମାନେ ତାଙ୍କୁ ସତର୍କ କରାଇ ଦେଇଥିଲେ। କିନ୍ତୁ, ୱିଲିୟମ୍‌ସ୍‌ ତାଙ୍କ ପରାମର୍ଶକୁ ହେୟଜ୍ଞାନ କରିଥିଲେ। ରୋଗୀ ଅଚେତ ହୋଇପଡ଼ିବା ପରେ ସେ ଆମ୍ବୁଲାନ୍‌ସ୍‌ ଡାକିବା ପରିବର୍ତ୍ତେ ଜଣେ ସହକର୍ମୀଙ୍କୁ ଫୋନ୍‌ କରି ଏ କଥା କହିଥିଲେ। ‘ନର୍ସିଙ୍ଗ୍‌ ଆଣ୍ଡ୍‌ ମିଡ୍‌ୱାଇଫେରି କାଉନ୍‌ସିଲ୍‌’ କମିଟିକୁ ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଡକାଯାଇଥିଲା। ଆମ୍ବୁଲାନ୍ସ୍‌ ନ ଡକାଇ ନର୍ସ ୱିଲିୟମ୍‌ସ୍‌ ତାଙ୍କର ବୃତ୍ତିଗତ ଗରିମା ଉଲ୍ଲଂଘନ କରିଛନ୍ତି ବୋଲି ତାଙ୍କ ଉପରେ ଦୋଷାରୋପ କରାଯାଇଥିଲା।

Share Now:

Kalinga News Beuro

Next Post

ସାନିଟାଇଜର ଡବାରେ ନିଆଁ ଲାଗି ବିସ୍ଫୋରଣ: ୨ ବାଳିକା ଗୁରୁତର

Mon Jul 10 , 2023
ଆଳି: ଆଜି ସକାଳ ସମୟରେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଗୋବିନ୍ଦପୁର ଗ୍ରାମର ଗିରିଧାରୀ ମଳିକଙ୍କ ୨ ଝିଅ ଅଭିଲିପ୍ସା ମଳିକ (୧୫) ଓ ସମୀକ୍ଷା ମଳିକ (୧୦) ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଦୁଇ ଭଉଣୀ ଆଜି ସକାଳେ ଚୁଲି ପାଖରେ ପୁର ଛାଣୁଥିଲେ। ଚୁଲି ନିଆଁ ଉତ୍ତାପରେ ପାଖରେ ଥିବା ଏକ ବଡ଼ ୫ ଲିଟରର ସାନିଟାଇଜର […]
ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial