ସାନିଟାଇଜର ଡବାରେ ନିଆଁ ଲାଗି ବିସ୍ଫୋରଣ: ୨ ବାଳିକା ଗୁରୁତର

ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ

ଆଳି: ଆଜି ସକାଳ ସମୟରେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଗୋବିନ୍ଦପୁର ଗ୍ରାମର ଗିରିଧାରୀ ମଳିକଙ୍କ ୨ ଝିଅ ଅଭିଲିପ୍ସା ମଳିକ (୧୫) ଓ ସମୀକ୍ଷା ମଳିକ (୧୦) ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଦୁଇ ଭଉଣୀ ଆଜି ସକାଳେ ଚୁଲି ପାଖରେ ପୁର ଛାଣୁଥିଲେ। ଚୁଲି ନିଆଁ ଉତ୍ତାପରେ ପାଖରେ ଥିବା ଏକ ବଡ଼ ୫ ଲିଟରର ସାନିଟାଇଜର ଡବାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ସାନିଟାଇଜର ଡବା ବିସ୍ଫୋରଣରେ ଦୁଇ ଭଉଣୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ପ୍ରଖର ଥିଲା ଯେ ଦୁଇ ଭଉଣୀ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହେଇଥିଲେ। ଘର ଲୋକ ପ୍ରଥମେ ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁରକୁ ସ୍ଥାନାନ୍ତରିତ କରାଯାଇଛି।

Share Now:

Kalinga News Beuro

Next Post

କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଆରମ୍ଭ

Mon Jul 10 , 2023
ଭୁବନେଶ୍ୱର : କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ୱରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ। ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବ। […]
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial