କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଆରମ୍ଭ

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଆରମ୍ଭ

ଭୁବନେଶ୍ୱର : କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ୱରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ। ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବ। ନେଇ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନର ଜନୈକ ଅଧିକାରୀ କହିଛନ୍ତି, ମେଟ୍ରୋ ଚାଲିବା ପାଇଁ ଏଠାକାର ମାଟି କେତେ ଭଲ, ରାସ୍ତାର ଦୁଇ ପାଖରେ କେତେ ଘର ଓ ଗଛ ରହିଛି ତାର ବି ସର୍ବେକ୍ଷଣ ଚାଲିଛି। ଏହି କାମକୁ ୨ରୁ ୩ ସପ୍ତାହ ଲାଗିବ। ସୂଚନାଯୋଗ୍ୟ, ଖୁବ୍‌ ଶୀଘ୍ର ଓଡ଼ିଶାରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ। କଟକ-ଭୁବନେଶ୍ୱର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

କୁଆଖାଇରେ ପୁଣି ଅଘଟଣ : ଦୁଇ ସାଙ୍ଗ ମୃତ, ଅନ୍ୟ ୨ ଜଣ ନିଖୋଜ

Tue Jul 11 , 2023
ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି। ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ ଆଜି ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି। […]
କୁଆଖାଇରେ ପୁଣି ଅଘଟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial