ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଡାଲିରୁ ବାହାରିଲା ସାପ : ୩୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଡାଲିରୁ ବାହାରିଲା ସାପ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରାଥମିକ ସ୍କୁଲରେ ପାଠପଢ଼ୁଥିବା ପିଲା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ଭର୍ତ୍ତି ହୋଇଥିବା ଅସୁସ୍ଥ ପିଲା ସଂଖ୍ୟା ୩୦ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୀରଭୂମି ଜିଲ୍ଲାର ମୟୂରଶ୍ୱର ବ୍ଲକରେ ଥିବା ଏକ ପ୍ରାଥମିକ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ଏହି ଭୋଜନ ଖାଇବା ପରେ ଜଣକ ପରେ ଜଣେ ଏପରି ୩୦ଜଣ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା, ଆଉ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଏହି ଘଟଣା ପ‌ରେ ସ୍କୁଲ ପରିସରରେ ଅଭିଭାବକମାନେ ଉତ୍ତେଜନା ଆରମ୍ଭ କରି ପ୍ରଧାନଶିକ୍ଷକଙ୍କୁ ଅଟକ କରି ତାଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ। ତେବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରା ଯିବାରୁ ସେ କହିଥିଲେ ‌ଯେ, ‘ ରୋଷେଇ ପାଇଁ ରହିଥିବା ବାସନ ଅର୍ଥାତ ଯେଉଁ ବାସନରେ ଡାଲି ଥିଲା, ସେଥିରେ ଗୋଟିଏ ମଲା ସାପଥିବା ଦେଖିବାକୁ ମିଳିଥିଲା।’ ଏହି କର୍ମଚାରୀଙ୍କ ଏଭଳି ବୟାନ ପରେ ମଧ୍ୟାହ୍ନ ଭୋଜନରେ ସାପ ପଡ଼ିଥିବା ହେତୁ ଏତେମାତ୍ରାରେ ପିଲା ଅସୁସ୍ଥ ହୋଇ ପଡ଼ିଥିବା କୁହାଯାଉଛି। ତେବେ ପିଲାଙ୍କ ସହିତ ଏମିତି ଅବହେଳା କେମିତି କରାଯାଉଛି ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସୌଭାଗ୍ୟବଶତଃ ଚିକିତ୍ସା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। କାହାରି ଜୀବନ ପ୍ରତି କୌଣସି ବି ବିପଦ ନଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଜଣେ ଛାତ୍ରଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଘରକୁ ଛୁଟି କରି ଦିଆଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ ଲାଗି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

Tue Jan 10 , 2023
ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରକୁ ଆସନ୍ତା ବର୍ଷ ଜାନୁଆରି ପହିଲାରେ ଖୋଲିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବାବେଳେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଗୋଷ୍ଠୀମାନେ ଏହି ମନ୍ଦିର ଉପରେ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି। ଏ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଲସ୍କର-ଏ-ତୈବା (ଏଲଇଟି) ରାମ ମନ୍ଦିର ଉପରେ […]
ରାମ ମନ୍ଦିର ଉପରେ ଆକ୍ରମଣ ଲାଗି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial