ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ ଅଗ୍ନିଶମ ଓ ଏନଡିଆରଏଫ୍ ଯବାନ୍ ଥିବାର ସୂଚନା ଦିଆଯାଇଛି। ଆଜି ୨୧ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫ , ମାଲକାନଗିରି ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩, ନୟାଗଡ଼ ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୨୯, ଝାରସୁଗୁଡ଼ା ଜିଲ୍ଲାରୁ ୨୫ , ବାଲେଶ୍ୱର ଜିଲ୍ଲାରୁ ୧୭, ଢେଙ୍କାନାଳ ଜିଲ୍ଲାରୁ ୧, ସୋନପୁର ଜିଲ୍ଲାରୁ ୪, କନ୍ଧମାଳ ଜିଲ୍ଲାରୁ ୧୨ ଭଦ୍ରକ ଜିଲ୍ଲାରୁ ୧୧, ବରଗଡ଼ ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୨୧, ଗଞ୍ଜାମ ଜିଲ୍ଲାରୁ ୪୦, ପୁରୀ ଜିଲ୍ଲାରୁ ୩ , ସୁନ୍ଦରଗଡ଼ ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୧, ମୟୁରଭଞ୍ଜ ଜିଲ୍ଲାରୁ ୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୭ ରହିଛି। ଅପରପକ୍ଷରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି:ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା

Sun Jun 21 , 2020
ଚୀନ୍ ଉସୁକାଇଲେ ଦିଆଯିବ କଡା ଜବାବ ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗିରହିଛି। ଏ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ତିନି ବାହିନୀର ମୁଖ୍ୟଙ୍କ ବ୍ୟତୀତ ସିଡିଏସ୍ ବିପିନ ରାୱତ ଯୋଗ ଦେଇଥିଲେ। ଏହି ବୈଠକରେ ଲଦାଖର ସମଗ୍ର ସ୍ଥିତି ଏବଂ ପ୍ରକୃତ ନିୟନ୍ତ୍ରଣର ରେଖା(ଏଲଏସି)ରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ସୂତ୍ରରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial