ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ ନନ୍ଦନକାନନରେ ଦୁନିଆର ନୂଆ ଆଲୋକ ଦେଖିଥିଲେ। ମା’ ଓ ଛୁଆମାନେ ସୁସ୍ଥ ଥିବା ଜଣାପଡ଼ିଛି। କିନ୍ତୁ ପ୍ରଥମ ଥର ଭଳି ଏଥର ବି ରେବା ଛୁଆମାନଙ୍କ ଯତ୍ନ ନେଉ ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଲଗା କରାଯାଇଛି। ଛୁଆମାନଙ୍କୁ ଲାଳନପାଳନ କେନ୍ଦ୍ରକୁ ଅଣାଯାଇ କେୟାର୍‌ଟେକର୍‌ଙ୍କ ତତ୍ତ୍ବାବଧାନରେ ରଖାଯାଇଛି।
ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ ନବଜାତ ସିଂହ ଶାବକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରବିବାର ସେମାନଙ୍କୁ ଇନ୍‌କ୍ୟୁବେଟର୍‌ ଲାଇଟ୍‌ରେ ରଖିବାକୁ ପରାମର୍ଶ ଦେଇଥିଲେ। ସିଂହୀ ରେବା(୭) ଓ ସିଂହ ଜିତ୍(୮)ର ମିଳନରୁ ଗର୍ଭଧାରଣର ୧୦୮ ଦିନରେ ଏହି ୩ ଶାବକ ଜନ୍ମ ନେଇଛନ୍ତି।

Share Now:

Kalinga News Beuro

Next Post

ଇତିହାସ ରଚିଲେ ରୋହିତ : ମାରିଲେ ‘ଡବଲ୍ ସେଞ୍ଚୁରୀ’

Wed Mar 27 , 2024
ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଛନ୍ତି। ସେ ‘ଡବଲ୍ ସେଞ୍ଚୁରୀ’କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ ହାସଲ କରିଛନ୍ତି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial