ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

କୋରାପୁଟ: ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ୍‌ ମାନ୍‌ଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ଅପହୃତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରିବା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅଭିଯୁକ୍ତମାନେ ହେଲେ ମନୋଜ ଖୋସଲା, ପିଣ୍ଟୁ ଖୋରା, ଅନିଲ ତାକରି, ହୀନା ପ୍ରବୀଣ ଓ ଜନ୍‌ ମହମ୍ମଦ। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୬ ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲା ଦେଦୋଲି ଥାନା ଅନ୍ତର୍ଗତ ଉମେଡା ଗ୍ରାମର ଡ୍ରାଇଭର ଅବଦୁଲ ମାନ୍‌ଙ୍କୁ ଗତ ୧୭ ତାରିଖ ସନ୍ଧ୍ୟାରେ କୋରାପୁଟ୍‌ରୁ ଅପହୃତ ହୋଇଥିଲେ। ଅପହର୍ତ୍ତାମାନେ ଡ୍ରାଇଭରଙ୍କୁ ଅପହରଣ କରିବାର କିଛି ଘଣ୍ଟା ପରେ ଛାଡ଼ିବା ପାଇଁ ୨୫ ଲକ୍ଷ ଦାବି କରି ମାଡ଼ ମାରିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କୋରାପୁଟ ଏସଡିପିଓଙ୍କ ନେତୃତ୍ୱରେ ପୁଲିସ ନିର୍ମାଣାଧୀନ ପର୍ଯ୍ୟଟନ କାର୍ଯ୍ୟାଳୟର କୋଠାରୁ ଡ୍ରାଇଭର ଅବଦୁଲଙ୍କୁ ଗତ ୧୯ ତାରିଖରେ ଉଦ୍ଧାର କରିଥିଲା। ଅଭିଯୁକ୍ତ ଖୋସଲା ପୂର୍ବରୁ ଜେଲ୍‌ ଯାଇଥିଲା।

Share Now:

Kalinga News Beuro

Next Post

ମାଉସୀ ଘରକୁ ଯାଇ ପୋଖରୀରେ ବୁଡ଼ିଗଲା ଅଢେଇ ବର୍ଷର ଶିଶୁପୁତ୍ର

Tue Feb 21 , 2023
ଯାଜପୁର: ପୋଖରୀରେ ବୁଡ଼ି ୫ ବର୍ଷ ବୟସର ଶିଶୁପୁତ୍ରର ମୁତ୍ୟୁ ଘଟିଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ଆନନ୍ଦପୁର ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲା ପାପୁନ ସାହୁ। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଛତ୍ରପଡା ଗାଁର ବାପିନ ସାହୁଙ୍କ ପୁଅ ପାପୁନ ନିଜ ମାଉସୀ ଘର ଦେଉଡି ଆନନ୍ଦପୁରକୁ ଯାଇଥିଲା। ଆଜି ମଧ୍ୟାହ୍ନ ସମୟରେ ଘର ନିକଟରେ ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି […]
ବୁଡ଼ିଗଲା ଅଢେଇ ବର୍ଷର ଶିଶୁପୁତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial