ଗାଇସିଲେଟରେ ହାତୀ ଆକ୍ରମଣରେ ତିନିଜଣଙ୍କର ମୃତ୍ୟୁ

ହାତୀ ଆକ୍ରମଣରେ ତିନିଜଣଙ୍କର ମୃତ୍ୟୁ

ବରଗଡ଼: ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ। ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଘନାମାଲ ପଞ୍ଚାୟତରେ ହାତୀ ଆକ୍ରମଣରେ ଆଜି ତିନିଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ଜଣ ହେଉଛନ୍ତି ମାଳ ସେଠ୍ ଉମରାଡ,ବିରଞ୍ଚି କୁମ୍ଭାର ଉମରାଡ ଓ ଶିବ ସେଠ। ମିଳିଥିବା ସୂଚନା ମୁତାବକ ଏହି ତିନିଜଣ ବ୍ୟକ୍ତି ଆଜି ଭୋରରେ ଘର ବାହାରକୁ ଯାଇଥିବାବେଳେ ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା। ତେବେ ଜଣଙ୍କ ପରେ ଜଣଙ୍କୁ ହାତୀ ଦଳି ଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଥାଉ କି ଦୁଇ ଦିନ ତଳେ ମେଲଛାମୁଣ୍ଡା ଗାଁ ରେ ହାତୀ ଜଣଙ୍କୁ ଦଳି ମାରିଦେଇଥିଲା। ଆଉ ଆଶଙ୍କା କରାଯାଉଛି ଯେ ସେହି ହାତୀଟି ଗାଇସିଲେଟ ଅଞ୍ଚଳରେ ପହଞ୍ଚି ତିନିଜଣଙ୍କୁ ଦଳିଦେଇଛି। ସୂଚନାଯୋଗ୍ୟ ଏକ ତିନିଟିକିଆ ହାତୀପଲ ଝାଞ୍ଜପାହାଡରୁ ମେଲଛାମୁଣ୍ଡା ଅଞ୍ଚଳକୁ ଆସିଥିଲେ। ସେ ମଧ୍ୟରୁ ଦୁଇଟି ହାତୀ ସେ ଭିତରୁ ଝାଞ୍ଜପାହାଡକୁ ଫେରିଯାଇଥିବାବେଳେ ଗୋଟିଏ ହାତୀ ରହିଯାଇଥିଲା। ତେବେ ବଡ କଥା ଯେ ହାତୀ ଗତିବିଧି ନେଇ ବନ ବିଭାଗ ପକ୍ଷରେ କୌଣସି ସୂଚନା ନ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Share Now:

Kalinga News Beuro

Next Post

ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା: ସନ୍ଦେହ ଘେରରେ ପୁଲିସର ଭୂମିକା

Wed Apr 21 , 2021
ଘର ସହ ‌କଥା ହେବାକୁ ଦିଆ ଯାଉନି ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗୋଟିଏ କୋଠାରେ ପ୍ରାୟ ୬୦ ଜଣ ଯୁବତୀଙ୍କୁ ତାଲା ବନ୍ଦ କରି ରଖାଯାଇଛି। ନା’ ବାହାରକୁ ଯିବାକୁ ଅନୁମତି ଅଛି, ନା ଘର ସହ କଥା ହେବାକୁ ଦିଆଯାଉଛି। ଚାକିରି ଦେବା ନାଁରେ ଏହି ଯୁବତୀ ମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଡକା ହୋଇ ଅଣା ହୋଇଛି। ତେବେ ଏତେ ସଂଖ୍ୟାରେ […]
ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial