ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଅର୍ଦ୍ଧେନ୍ଦୁ ଦାସ

କଟକ: ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଭି. ନିରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏକ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ଶ୍ରୀ ଦାସଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ଗତ ମାସରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଏତଲାକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

ଜେଜେଙ୍କୁ ପିଟି ପିଟି ମାରିଦେଲା ନୃଶଂସ ନାତି

Fri Aug 26 , 2022
କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କନ୍ତରକୋଇଡା ଗ୍ରାମରେ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ନାତିର ବିଧା ମାଡ଼ରେ ଜେଜେବାପ ର ମୃତ୍ୟୁ ହୋଇଛି। ସୂଚନା ମୁତାବକ ପୂର୍ବ ରାତିରେ ଜେଜେ ବାପା ମନୋଜ ମହାନ୍ତ (୬୫) ଏବଂ ନାତି ରୋହିତ ମହାନ୍ତ ମଧ୍ୟରେ ବଚସା ହୋଇଥିଲା ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ନାତି ରୋହିତ ମହାନ୍ତ (୨୩) ଜେଜେବାପା ଙ୍କୁ ଆକ୍ରମଣ କରିଥିଲା। ଏମିତିକି […]
ଜେଜେଙ୍କୁ ପିଟି ପିଟି ମାରିଦେଲା ନାତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial