କଟକ ରେଳ ‌ଷ୍ଟେସନ ନବକଳେବର କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ

କଟକ ରେଳ ‌ଷ୍ଟେସନ ନବକଳେବର

କଟକ: କଟକ ରେଳ ଷ୍ଟେସନର ନବକଳେବର ଦିଗକୁ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରବିବାର କଟକ ଗସ୍ତ ସମୟରେ କଟକ ରେଳ ଷ୍ଟେସନର ପ୍ରତ୍ୟକ ଉନ୍ନତି କରଣ ଦିଗ ଉପରେ କଟକ ରେଳ ଷ୍ଟେସନର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରେଳ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ରେଳବାଇକୁ ନେଇ ରହିଥିବା ଭିଜନ ସଫଳତା ଦିଗରେ ଆଗେଇଛି। କଟକ ରେଳ ଷ୍ଟେସନର ଦୁଇ ପଟେ ପ୍ରବେଶ ପଥ ରହିବ। ଶିଖରପୁର ପାଖରେ ଯେଉଁ ଗେଟ ରହିଛି ତାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଶେଷ ହେବ।
ବର୍ତ୍ତମାନ ସମୟରେ ଡିଜାଇନ୍, ଅର୍କିଟେକ୍ଚର୍ ମେନ୍ ଗେଟର ପାଇଲିଂ କାମ ଶେଷ ହୋଇ ଆସିଲାଣି। ଯାହାର ଶିଳାନ୍ୟାସ କରିଛନ୍ତି ପ୍ରଧାମନ୍ତ୍ରୀ ତାହାର ଉଦଘାଟନ କରିବେ। କିଛିଦିନ ପୂର୍ବରୁ ମାନନୀୟ ପ୍ରଧାନ ମନ୍ତ୍ରୀ ୫୦୮ଟି ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରାଯାଇଛି। ତେବେ ସାରା ଦେଶରେ ଯେଉଁ ଅନୁସାରେ କାମ ଚାଲିଛି ସେହି ଭଳି ଢଙ୍ଗରେ କଟକରେ କାମ ଚାଲିଛି। ଖୁବଶୀଘ୍ର ନୂଆ ରୂପରେ ନଜର ଆସିବ କଟକ ରେଳ ଷ୍ଟେସନ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Share Now:

Kalinga News Beuro

Next Post

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

Sun Aug 13 , 2023
ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି। ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୁଲିସ ଡିଜି ସୁନୀଲ ବଂଶଲ। ପୁଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା […]
ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial