ବିଲରୁ ମିଳିଲା ଗଜରାଜଙ୍କ ମୃତଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି।
ସୂଚନାଅନୁସାରେ,ଗତକାଲି ରାତିରୁ ଗାଁ ମୁଣ୍ଡରେ ୬ଟି ହାତୀ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଝାଡ଼ଖଣ୍ଡ ଆଡୁ ୪୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀ ଗୁଡ଼ିକ ବିଭିନ୍ନ ଦଳରେ ଭାଗ ହୋଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜର ଗାଁ ଓ ଜଙ୍ଗଲ ମାନଙ୍କରେ ରହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସମୁଦ୍ରକୁ ଗଲେ ୨୫ ଲକ୍ଷ କଇଁଛ ଶାବକ, ଅଧିକ ସଂଖ୍ୟକ ଅଣ୍ଡା ନଷ୍ଟ

Sat Apr 28 , 2018
ରାଜନଗର : ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଏନ୍ତୁଡିଶାଳ ଗହୀରମଥାରେ ଗତ ୫ଦିନ ଧରି ଜାରି ରହିଛି ଅଣ୍ଡାରୁ ଛୁଆ ଫୁଟିବା ପର୍ବ। ୫ ଦିନ ମଧ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛ ଶାବକ ବଙ୍ଗୋପସାଗରରେ ଜଳକ୍ରୀଡା ଆରମ୍ଭ କରିଛନ୍ତି। ସଂଜ ନଇଁବା ପରଠୁ ସିନ୍ଦୁରା ଫାଟିବା ପର୍ଯ୍ୟନ୍ତ ଏହି ପ୍ରାକୃତିକ ପ୍ରକ୍ରିୟା ଜାରି ରହିଛି। ଏହି ପକ୍ରିୟା ଆଉ ୨/୩ ଦିନ ଚାଲୁ ରହିବ ବୋଲି କୁହାଯାଉଛି। ଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial