ଦେବାର୍ଚ୍ଚନ ଟ୍ରଷ୍ଟ ପକ୍ଷରୁ “ସ୍ଵାଧୀନୋତ୍ତର ଭାରତର ସମ୍ବିଧାନ ଓ ପ୍ରଚଳିତ ଆଇନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ସ୍ଵାଧୀନୋତ୍ତର ଭାରତର ସମ୍ବିଧାନ ଓ ପ୍ରଚଳିତ ଆଇନ

ଭୁବନେଶ୍ୱର : ଡ ଏମ ଏସ ସ୍ୱାମୀନାଥନ ସଭାକକ୍ଷ, ଭୁବନେଶ୍ୱର ଠାରେ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟ ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ସମ୍ବିଧାନ ଏବଂ ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ସମ୍ପର୍କ ରେ ଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ। ଦେବାର୍ଚ୍ଚନ ଟ୍ରଷ୍ଟର ଅଧକ୍ଷ ହିତେଶ ମହାପାତ୍ରଙ୍କ ଅଧକ୍ଷତାରେ ଅନ୍ୟତମ ଅତିଥି ଭାବେ ଉତ୍କଳ ଚାମ୍ବର ଅଫ କମର୍ସ ର ସଭାପତି ବ୍ରହ୍ମା ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସଜ୍ଜନ ଶର୍ମା ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ଆମେ ନୌ ବାଣିଜ୍ୟ କରୁଥିଲାବେଳେ କୀର୍ତ୍ତି ଗଢୁଥିଲୁ ଏଥିପାଇଁ ନୀତିଗତ ପ୍ରତ୍ସାହନ ଥିଲା। ଏହି କୀର୍ତ୍ତି ଆଜି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି।
ମୁଖ୍ୟ ଆକର୍ଷଣ ଅଶ୍ୱିନୀ ଉପାଧ୍ୟାୟ ବିଷୟଗତ ଆଲୋଚନାରେ କହିଲେଯେ ଉପଯୁକ୍ତ ଆଇନ ପ୍ରଣୟନ କଲେ ଜି ଡି ପି ରେ ଖୁବ କମରେ ୨ ପ୍ରତିଶତ ବୃଦ୍ଧି ଘଟିବ ଏଣୁ ସଂସଦରେ ସଠିକ ଆଇନ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଆମ ଦେଶରେ ଯେତେ ବିଧାୟକ ଅଛନ୍ତି ଯେତେ ସାଂସଦ ଅଛନ୍ତି ପ୍ରତ୍ୟେକ ବର୍ଷକୁ ଲୋକ ଉପଯୋଗୀ ଆଇନ ଆଣିବାପାଇଁ ଅନ୍ୟୁନ ଗୋଟିଏ ବିଲ ଆଣିବାର ଆବଶ୍ୟକତା ରହିଛି। ଏହି ବିଲ ଆଣିବା ବେଳେ ଆମ ଦେଶର ପ୍ରାଚୀନ ଆଇନ ବ୍ୟବସ୍ଥାକୁ ଦୃଷ୍ଟି ଦେଲେଯାଇ ସଠିକ ଆଇନ ଆସି ପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ଦେଶର ଆଇନ ବ୍ୟବସ୍ଥାରେ ପୂର୍ବ କଂଗ୍ରେସ ସରକାର ବାକଫ ଆଇନ ବଳରେ ସମସ୍ତଙ୍କ ଜମି ୱାକଫ ବୋର୍ଡ ନେଇଯାଇପାରିବ ଏହା ଜନ ବିରୋଧୀ ଏଣୁ ଏହି ଆଇନକୁ ହଟାଇବାର ଆବଶ୍ୟକତା ରହିଛି। ସାତ ହଜାର ବର୍ଷ ତଳେ ମର୍ଯ୍ୟାଦା ପୁରୁଷ ରାଜା ରାମ ଚନ୍ଦ୍ର ସମାନ ସଂହିତା ଆଇନ ପ୍ରଣୟନ କରଥିଲେ ଏହା ପୁନଃ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଭୁବନେଶ୍ୱର ବାରର ଅଧିବକ୍ତା କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲା ବେଳେପରିଚାଳନା ଟ୍ରଷ୍ଟି ରାମ ଶଙ୍କର ରୁଙ୍ଗୁଟା ଏବଂ ଅଜିତ ଦାଶ ମଞ୍ଚ ପରିଚାଳନା କରିଥିଲେ। ଡ ହିମାଦ୍ରୀ ତନୟା ମିଶ୍ର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଗାନ କରିଥିଲେ।

Share Now:

Kalinga News Beuro

Next Post

ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ : ଆରମ୍ଭ କଲେ ସମରାଭ୍ୟାସ

Mon Jan 16 , 2023
ନୂଆଦିଲ୍ଲୀ : ଚୀନର ବଢିଚାଲିଥିବା ଆଧିପତ୍ୟ ଉଭୟ ଓ ଭାରତ ଓ ଜାପାନକୁ ଚିନ୍ତିତ କରିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ଚୀନର ମୁକାବିଲା ପାଇଁ ସାମରିକ ସହଯୋଗ ଆରମ୍ଭ କରିଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ବାୟୁ ସମରାଭ୍ୟାସ ‘ବୀର ଗାର୍ଡିଆନ’ ଆରମ୍ଭ ହୋଇଛି। ସୋମବାରଠାରୁ ଏହା ଟୋକିଓ ନିକଟରେ ଥିବା ହ୍ୟାକୁରି ବାୟୁସେନା ଘାଟିଠାରେ ଆରମ୍ଭ ହୋଇଛି। ୧୧ ଦିନ ଧରି […]
ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial