ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ : ଆରମ୍ଭ କଲେ ସମରାଭ୍ୟାସ

ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ

ନୂଆଦିଲ୍ଲୀ : ଚୀନର ବଢିଚାଲିଥିବା ଆଧିପତ୍ୟ ଉଭୟ ଓ ଭାରତ ଓ ଜାପାନକୁ ଚିନ୍ତିତ କରିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ଚୀନର ମୁକାବିଲା ପାଇଁ ସାମରିକ ସହଯୋଗ ଆରମ୍ଭ କରିଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ବାୟୁ ସମରାଭ୍ୟାସ ‘ବୀର ଗାର୍ଡିଆନ’ ଆରମ୍ଭ ହୋଇଛି। ସୋମବାରଠାରୁ ଏହା ଟୋକିଓ ନିକଟରେ ଥିବା ହ୍ୟାକୁରି ବାୟୁସେନା ଘାଟିଠାରେ ଆରମ୍ଭ ହୋଇଛି। ୧୧ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ୮ଟି ଲଢୁଆ ବିମାନ ଭାଗ ନେଇଛନ୍ତି। ଏଥିରେ ଭାରତର ୪ଟି ଲଢୁଆ ବିମାନ, ୨ଟି ପରିବହନ ବିମାନ ଓ ଗୋଟିଏ ରିଫୁଏଲିଂ ବିମାନ ଯୋଗ ଦେଇଛନ୍ତି ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ୧୫୦ କର୍ମଚାରୀ ଯୋଗ ଦେଇଛନ୍ତି। ପୂର୍ବରୁ ଜାପାନ ଓ ଭାରତ ମଧ୍ୟରେ ସମରାଭ୍ୟାସ ହେଉଥିଲେ ବା ତାହା ବହୁରାଷ୍ଟ୍ରୀୟ ସମରାଭ୍ୟାସ ଅଧିନରେ ହେଉଥିଲେ ଯେଉଁଥିରେ ୨ରୁ ଅଧିକ ରାଷ୍ଟ୍ର ଅଂଶଗ୍ରହଣ କରୁଥିଲେ। ଉଦାହରଣସ୍ୱରୂପ କ୍ଵାଡ୍ ଦେଶସମୁହଙ୍କ ମଧ୍ୟରେ ହେଉଥିବା ସମରାଭ୍ୟାସରେ ଏହି ଦୁଇ ଦେଶ ଭାଗ ନେଉଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଭାରତ-ଜାପାନ ସିଧାସଳଖ ସମରାଭ୍ୟାସ କରିଛନ୍ତି। ଜାପାନ ପୂର୍ବରୁ ରକ୍ଷଣାତ୍ମକ ପ୍ରତିରକ୍ଷା ନୀତି ଗ୍ରହଣ କରୁଥିବାବେଳେ ନିକଟରେ ନିଜର ପ୍ରତିରକ୍ଷା ନୀତିରେ ପରିବର୍ତ୍ତନ କରି ସାମରିକ ଶକ୍ତିକୁ ବୃଦ୍ଧି କରିବା ଆରମ୍ଭ କରିଛି। ଚୀନ ପଟୁ ବିପଦ ବଢୁଥିବାରୁ ଜାପାନ ଏପରି କରିଛି। ଭାରତ ବି ଚୀନ ପଟୁ ବିପଦର ସମ୍ମୁଖୀନ ହେଉଛି। ଏଣୁ ଗୋଟିଏ ଶତ୍ରୁ ଚୀନର ମୁକାବିଲା ଭାରତ ଓ ଜାପାନକୁ ଏକାଠି କରିଛି।

Share Now:

Kalinga News Beuro

Next Post

ବିଶ୍ୱ ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଡାକରା

Mon Jan 16 , 2023
ଭୁବନେଶ୍ୱର: ବିଶ୍ୱରେ ରହୁଥିବା ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ ସାରା ପୃଥିବୀରେ ବିଭିନ୍ନ ଦେଶରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡିଆ ଏକମନ, ଏକପ୍ରାଣ ଓ ଏକନିଷ୍ଠ ହୋଇ ଓଡିଶାର ସର୍ବମଙ୍ଗଳ ପାଇଁ ତନ, ମନ, ଧନ ଅର୍ପଣ କରିବାକୁ ୱାଓସୋ ଡାକରା ଦେଇଛି। ୱାର୍ଲଡ୍ ଓଡିଶା ସୋସାଇଟିର ଦ୍ଵିତୀୟ […]
ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ଡାକରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial