ମୁଖାଗ୍ନି ଦେବାକୁ ଆଉ କିଛି ସମୟ ବାକିଥିବା ବେଳେ ଜୁଈରୁ ଉଠି ପଡ଼ିଲେ ମହିଳା

କୋଲକାତା: ମହାନଗରରେ ଶୁକ୍ରବାର ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନକୁ ନିଆଯାଇଥିଲା। ଜୁଇରେ ରଖାଯାଇ ମୁଖାଗ୍ନି ଦେବା ପାଇଁ ରୀତିନୀତି ଚାଲିଥିବା ବେଳେ ହଠାତ୍‌ ମହିଳା ଉଠି ପଡ଼ିଲେ। ଏଭଳି ଏକ ଘଟଣା ରାମକୁଷ୍ଣା ଶ୍ମଶାନ ଘାଟରେ ଘଟିଛି।

ପଶ୍ଚିବବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମରେ ରହୁଥିବା ଶିବାନୀ ବିଶ୍ୱାସ(୫୫)ଙ୍କ ସରକାରୀ ହସ୍‌ପିଟାଲରେ ମୃତ୍ୟୁ ହୋଇଯାଇଥିଲା। ସେ ମଧୁମେହ ରୋଗରେ ପୀଡିତ ଥିଲେ। ଡାକ୍ତରଖାନାରେ ୪ଦିନ ଚିିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ତିମ ସଂସ୍କାର ପାଇଁ ମହିଳାଙ୍କ ପରିବାର ଲୋକଙ୍କୁ ମୃତ୍ୟୁର ପ୍ରମାଣ ପତ୍ର ବି ଦିଆଯାଇଥିଲା। ଏହାପରେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ମୃତ ମହିଳା ସଧବା ହୋଇଥିବାରୁ ନୂଆ ଶାଢ଼ି ଓ ସିନ୍ଦୂରରେ ତାଙ୍କ ପାଖପଡୋଶୀ ସଜାଇ ଥିଲେ। ଏହାପରେ ମହିଳାଙ୍କ ଶବକୁ ସଂସ୍କାର ପାଇଁ ରାମକୃଷ୍ଣ ଘାଟକୁ ନିଆଯାଇଥିଲା। ଯେମିତି ହିଁ ତାଙ୍କୁ ଜୁଈ ଉପରେ ରଖାଯାଇଛି, ହାତ ଗୋଡ ହଲୁଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହାପରେ ମହିଳାଙ୍କ ପରିବାର ଓ ସ୍ୱାମୀ ଶିବାନୀଙ୍କୁ ଜୀବିତ ଅବସ୍ଥାରେ ପାଇ ଖୁସିରେ ଆତ୍ମବିହେ୍ଵାର ହୋଇ ପଡ଼ିଥିଲେ। କିନ୍ତୁ ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ପୁଣି ମୃତ ବୋଲି ଘୋଷଣା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରର ତତଲା ଭୂଇଁରେ ବର୍ଷା ଛିଟା:ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ

Tue Jun 19 , 2018
ଭୁବନେଶ୍ୱର: ମୌସୁମୀରେ ଗ୍ରୀଷ୍ମର ପ୍ରଭାବରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଟହଟହ ମାଟିରେ ବର୍ଷା ବିନ୍ଦୁ ପଡ଼ିବା ପରେ ରାଜଧାନୀର ମାଟି ସିଥିଳ ହୋଇ ଯେପରି ମୌସୁସୀକୁ ସ୍ୱାଗତ ଜଣାଇଛି। ଏଠାରେ ଜଣାଇ ଦେଉଛୁ ଯେ ଭୁବନେଶ୍ୱରର ସବୁ ଅଞ୍ଚଳରେ ବର୍ଷା ହୋଇ ନାହିଁ। ବିଶେଷକରି ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial