ଭୁବନେଶ୍ୱରର ତତଲା ଭୂଇଁରେ ବର୍ଷା ଛିଟା:ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ

ଭୁବନେଶ୍ୱର: ମୌସୁମୀରେ ଗ୍ରୀଷ୍ମର ପ୍ରଭାବରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଟହଟହ ମାଟିରେ ବର୍ଷା ବିନ୍ଦୁ ପଡ଼ିବା ପରେ ରାଜଧାନୀର ମାଟି ସିଥିଳ ହୋଇ ଯେପରି ମୌସୁସୀକୁ ସ୍ୱାଗତ ଜଣାଇଛି। ଏଠାରେ ଜଣାଇ ଦେଉଛୁ ଯେ ଭୁବନେଶ୍ୱରର ସବୁ ଅଞ୍ଚଳରେ ବର୍ଷା ହୋଇ ନାହିଁ। ବିଶେଷକରି ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ମହାଦେବ ନଗର, ପଟିଆ ଆଦି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ସୂଚନା ରହିଥିଲା। ମଙ୍ଗଳବାର ଭୁବନେଶ୍ୱରରେ ତାପମାତ୍ର ୪୧ ଡିଗ୍ରି ସେଲ୍‌ସିୟସ୍‌ ପାର୍‌ ହୋଇ ଯାଇଥିଲା। ରାଜ୍ୟର ଅନ୍ୟ ୬ଟି ଜିଲ୍ଲାରେ ତାପମାତ୍ରା ୪୦ ଟପିଥିବା ସୂଚନା ରହିଥିଲା। ଏପରିକି ଗ୍ରୀଷ୍ମର ତାଣ୍ଡବ ହେତୁ ସ୍କୁଲ୍‌ ପିଲାଙ୍କର ଛୁଟି ୧୮ ତାରିଖକୁ ପୂରୁଥିବା ବେଳେ ତାହାକୁ ଘୁଞ୍ଚାଇ ୨୨ ତାରିଖ କରି ଦିଆଯାଇଥିଲା। ମଙ୍ଗଳବାର ପୁଣି ସ୍କୁଲ୍‌ ଛୁଟି ୨୬କୁ ଘୁଞ୍ଚାଇ ଦିଆ ଯାଇଥିବା ସୂଚନା ରହିଛି।

Share Now:

Kalinga News Beuro

Leave a Reply

Next Post

ଟ୍ରାଫିକ୍‌ ଜାମ୍‌କୁ ନେଇ ଚିନ୍ତା:ଖୋଲିବ ବୃହତ୍‌ ମଲ୍‌ ଏସ୍‌ପ୍ଲାନେଡ୍‌

Tue Jun 19 , 2018
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୨ରେ ଖୋଲିବାକୁ ଯାଉଛି ଓଡ଼ିଶାର ସବୁଠାରୁ ବଡ଼ ସପିଂ ମଲ୍‌ ‘ଏସ୍‌ପ୍ଲାନେଡ୍‌ ଫୋରମ୍‌ ମାର୍ଟ’। ପ୍ରାୟ ୫୦୦ କୋଟି ବ୍ୟୟ ଅଟକଳରେ ୪୫୦,୦୦୦ ବର୍ଗ ଫୁଟ୍‌ରେ ରସୁଲଗଡ଼ ଶିଳ୍ପାଞ୍ଚଳରେ ନିର୍ମିତ ହୋଉଛି ଏହି ବିଶାଳ ମଲ୍‌। ରିଟେଲ୍‌, ଖାଦ୍ୟ ଓ ମନୋରଞ୍ଜନ ପାଇଁ ପ୍ରାୟ ୧୫୦ଟି ଷ୍ଟୋର୍‌ ସମେତ ଗୋଟିଏ ମଲ୍‌ ଭିତରେ ଏକାସାଙ୍ଗରେ ୭ଟି ମଲ୍ଟିପ୍ଲେକ୍ସ ସ୍କି୍ରନ୍‌ରେ ସିନେମା ଚାଲିବ। ମଲ୍‌ ଖୋଲିବାକୁ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial