ଗରିବ ଲୋକଙ୍କ ସ୍ୱାସ୍ଥ୍ୟକାର୍ଡ ଅଳିଆଗଦାରେ : ସରକାରଙ୍କ ପାଖରେ ନାହିଁ ତଥ୍ୟ

ଅଳିଆଗଦାରେ ଶହ ଶହ ସ୍ୱାସ୍ଥ୍ୟକାର୍ଡ

ପାରଳାଖେମୁଣ୍ଡି : ଅଳିଆଗଦାରେ ପଡିଛି ଶହ ଶହ ସ୍ୱାସ୍ଥ୍ୟକାର୍ଡ। ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକାର୍ଡ ଆସୁଛି, କିନ୍ତୁ ପଡୁଛି ଅଳିଆଗଦାରେ। ଏଠି ସଠିକ ବିନିଯୋଗ ହୋଇପାରୁ ନାହିଁ କାର୍ଡ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶହ ଶହ ସ୍ୱାସ୍ଥ୍ୟ କାର୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଏହି ଘଟଣାଟି ଲୋକ ଲୋକଚନକୁ ଆସିଥିଲା। ତେବେ ଏହି କାର୍ଡ କେବେଠୁ ଅଳିଆ ଗଦାରେ ପଡ଼ିଛି, ଓ କିଏ କାର୍ଡ ଗୁଡ଼ିକ ଅଳିଆ ଗଦାରେ ପକାଇଛି ତାହା ଜଣାପଡ଼ିନାହିଁ। ଏହି କାର୍ଡ ଗୁଡ଼ିକ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମାର ହୋଇଥିବା ଜଣାପଡିଛି।
ଅନ୍ୟପଟେ ଏନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି। ଏହି ଅଳିଆ ଗଦାରେ ପଡ଼ିଥିବା କାର୍ଡ ଗୁଡ଼ିକ ଉପରେ ଉଇ ଲାଗି ଯାଇଛି। ତେବେ ଏହି କାର୍ଡ ଗୁଡ଼ିକୁ ଦେଖିଲେ ଲାଗୁଛି ଅନେକ ଦିନ ଧରି କାର୍ଡଗୁଡିକ ଏହି ସ୍ଥାନରେ ପଡ଼ିରହିଛି। ତେବେ ଏହି ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ଓ ଜାଣିବା ପରେ, ସେ କହିଛନ୍ତି ଘଟଣାର ତଦନ୍ତ କରାଯିବ। ଆଉ ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ।

Share Now:

Kalinga News Beuro

Next Post

ଆୟୁର୍ବେଦୀୟ ପଦ୍ଧତି ଆପଣାଇଲେ କମିବ ପେଟ

Sat Mar 4 , 2023
ଭୁବନେଶ୍ୱର : ଆଜିକାଲିର ଦୁନିଆରେ ସମସ୍ତେ ଚାହାନ୍ତି ଫିଟ ଆଣ୍ଡ ଫାଇନ ରହିବାକୁ। ନିଜ ଶରୀରକୁ ସୁସ୍ଥକୁ ସୁସ୍ଥ ରଖିବା ପାଇଁ ନାନା ପ୍ରକାର ପଦ୍ଧତ୍ତି ମଧ୍ୟ ଆପଣାନ୍ତି। ଏ ଆଧୁନିକ ଯୁଗରେ ସବୁଠୁ ଅଧିକ ମାଡିଚାଲିଥିବା ରୋଗ ହେଉଛି ମୋଟାପା। ଯୁବପିଢିଙ୍କ ପାଇଁ ମେଦବହୁଳତା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ପତଳା ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହା ମଧ୍ୟରେ ଶହ ଶହ ଲୋକ ନିଜର ମୋଟାପଣ […]
ଆୟୁର୍ବେଦରେ କମିବ ପେଟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial