ଆୟୁର୍ବେଦୀୟ ପଦ୍ଧତି ଆପଣାଇଲେ କମିବ ପେଟ

ଆୟୁର୍ବେଦରେ କମିବ ପେଟ-1

ଭୁବନେଶ୍ୱର : ଆଜିକାଲିର ଦୁନିଆରେ ସମସ୍ତେ ଚାହାନ୍ତି ଫିଟ ଆଣ୍ଡ ଫାଇନ ରହିବାକୁ। ନିଜ ଶରୀରକୁ ସୁସ୍ଥକୁ ସୁସ୍ଥ ରଖିବା ପାଇଁ ନାନା ପ୍ରକାର ପଦ୍ଧତ୍ତି ମଧ୍ୟ ଆପଣାନ୍ତି। ଏ ଆଧୁନିକ ଯୁଗରେ ସବୁଠୁ ଅଧିକ ମାଡିଚାଲିଥିବା ରୋଗ ହେଉଛି ମୋଟାପା। ଯୁବପିଢିଙ୍କ ପାଇଁ ମେଦବହୁଳତା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ପତଳା ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହା ମଧ୍ୟରେ ଶହ ଶହ ଲୋକ ନିଜର ମୋଟାପଣ କମେଇବାକୁ ଆସୁଛନ୍ତି ଭାରତ। ଆୟୁର୍ବେଦୀୟ ଉପଚାର ଦ୍ୱାରା ତାଙ୍କୁ ସଫଳତା ମିଳିଥିବା ଓ ସେମାନେ ଅନ୍ୟ ପଦ୍ଧତ୍ତି ଅପେକ୍ଷା ଅଧିକ ସୁସ୍ଥ ଥିବା ମତ ଦେଉଛନ୍ତି। ପତଳା ହେବା ପାଇଁ ଅନ୍ୟ ଦେଶ ମାନଙ୍କରେ ଭିନ୍ନ ଭିନ୍ନ ପ୍ରଣାଳୀ ଆପଣାନ୍ତି ଲୋକେ। କିନ୍ତୁ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକାରୁ ପ୍ରତିବର୍ଷ ୩ ଲକ୍ଷରୁ ଅଧିକ ଲୋକ ନିଜ ମୋଟାପା ଜନିତ ସମସ୍ୟାର ସମାଧାନ ଓ ସୁସ୍ଥ ହେବା ପାଇଁ ଭାରତ ଆସୁଛନ୍ତି। ଏହା ସେମାନଙ୍କ ପାଇଁ ଫଳପ୍ରଦ ମଧ୍ୟ ହେଉଛି ତାହା ପୁଣି ଆୟୁର୍ବେଦିକ ପ୍ରଣାଳୀରେ। ପଶ୍ଚିମଦେଶରେ କରାଯାଉଥିବା କିଟୋ, ଆଟକିନ୍ ଓ ପାଲେଓ ଭଳି ଡାଏଟ୍ ବ୍ୟବସ୍ଥା ବୋଧହୁଏ ସେତିକି ଫଳପ୍ରଦକାରୀ ହେଇପାରୁ ନାହିଁ ? ଏ ସମସ୍ତ ପ୍ରଣାଳୀ ଦ୍ୱାରା ଶରୀର ପତଳା ତ ହେଉଛି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେଇପାରୁନାହାନ୍ତି ବୋଲି ମତ ଦେଇଛନ୍ତି ଆମେରିକାର ଅନେକ ବାସିନ୍ଦା।

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ୨୦୦୯ରେ ଭାରତକୁ ଆୟୁର୍ବେଦ ପ୍ରଣାଳୀରେ ପତଳା ହେବା ପାଇଁ ୫୦ ହଜାରରୁ ଅଧିକ ଲୋକ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ଲୋକ ଏହି ପ୍ରଣାଳୀରେ ସୁସ୍ଥ ଥିବା ମତ ଦେଇଛନ୍ତି। ତେବେ ଏହି ପ୍ରଣାଳୀରେ ଚିକିତ୍ସତ ଲୋକଙ୍କୁ ଶାକାହାରୀ ଖାଦ୍ୟ ଗ୍ରହଣ, ସକାଳେ ଓ ସନ୍ଧ୍ୟାରେ ଦିନକୁ ୨ରୁ ଅଢେଇଘଣ୍ଟା ଯୋଗ ଓ ବ୍ୟାୟାମ, ମାନସିକ ଶାନ୍ତି ପାଇଁ ଧ୍ୟାନ, ଘରତିଆରି କମ ତେଲ ମସଲାରେ ଖାଦ୍ୟ, ପ୍ରୋଟିନ ପାଇଁ ଡାଲି, ଭାରତର ସର୍ବପୁରାତନ ଔଷଧ ଗୁଆଘିଅ ସହିତ ଦିନକୁ ଥରେ ଦହି ଖାଇବା ପାଇଁ ମଧ୍ୟ ଦିଆଯାଏ। ଏତଦ ବ୍ୟତୀତ ସପ୍ତାହକୁ ଥରେ ଉପବାସ ରଖାଯିବା ସହିତ ପ୍ରତିଦିନ ମାଟି ସ୍ନାନ ମଧ୍ୟ କରାଯାଏ। ଏହି ସବୁ ଉପାୟ ଅନ୍ୟ ଉପାୟ ମାନଙ୍କଠାରୁ ସହଜ ଓ ସୁଲଭ ବୋଲି ମତ ଦେଇଛନ୍ତି କିଛି ବିଦେଶୀ। ଏହି ଉପାୟ ଗୁଡିକ ଭାରତୀୟଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଏହି ପ୍ରଣାଳୀରେ ବିଦେଶୀ ମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଅନୁଭବ କରୁଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ : ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ-ମୁଖ୍ୟମନ୍ତ୍ରୀ

Sun Mar 5 , 2023
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆପଡା ଠାରେ ମୋଟ ୭୬୬ କୋଟି ଟଙ୍କାର ୧୮୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଲେଟପାଣିରେ ଆୟୋଜିତ ସାଧାରଣ ସଭାକୁ […]
‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial