ଗଂଜାମରେ ମାସ୍କ ନପିନ୍ଧିଲେ ଜରିମାନା: ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା

ଦୋକାନରେ ଗହଳି ହେଲେ ଦୋକାନୀ ବିରୋଧରେ ରୁଜୁ ହେବ ମାମଲା

ବ୍ରହ୍ମପୁର: କରୋନା ଭାଇରସ ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଡ଼ା ପଦକ୍ଷେପ ନିଆଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏଣିକି ଗଂଜାମର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ଘରୁ ବାହାରକୁ ବାହାରିଲେ ଲୋକଙ୍କ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଟୁଇଟରେ କହିଛନ୍ତି, ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବେ। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ଯେଉଁ ଲୋକ ମାସ୍କ ନପିନ୍ଧି ବାହାରକୁ ବାହାରିବେ ତାଙ୍କୁ ୫୦୦ ଟଙ୍କା ଜରିମାନା ହେବ। ଏଥି ସହିତ କୁହାଯାଇଛି ଯେ, ଯେଉଁମାନଙ୍କ ପାଖରେ ମାସ୍କ ନଥିବ, ସେମାନେ ମୁହଁରେ କପଡ଼ା ଅଥବା ରୁମାଲ ବାନ୍ଧିପାରିବେ। ସୂଚନାଯୋଗ୍ୟ, ଗଂଜାମରେ ଗତକାଲି ଠାରୁ ସଟଡାଉନ ଜାରି ହୋଇଛି। ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୨ଟା ଠାରୁ ତା ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସକାଳ ୭ଟାରୁ ୧୨ ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋନାକକୁ ଯାଇପାରିବେ। ସକାଳ ୭ଟାରୁ ୧୨ ଟା ମଧ୍ୟରେ ଖୋଲୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକରେ ସାମାଜିକ ଦୂରତୂ ନିୟମ ଅବଲମ୍ବନ ନହେଲେ ସଂପୃ୍‌କ୍ତ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହେବ। ସଟ୍‌ଡାଉନ ସମୟରେ ଯଦି କେହି ଲୋକ ବାହାରକୁ ବାହାରନ୍ତି ତାହେଲେ ସେହ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ୧୪ ଦନି ରଖାଯିବ।

Share Now:

Kalinga News Beuro

Leave a Reply

Next Post

ବଡ଼ ପଦକ୍ଷେପ ପାଇଁ ମୋଦୀଙ୍କ ପ୍ରସ୍ତୁତି, ଲକ୍‌ଡାଉନ୍‌ ବଢ଼ିବା ନେଇ ନିଷ୍ପତ୍ତି ୧୦ ପରେ

Mon Apr 6 , 2020
ସୋନିଆ, ମମତା, ମନମୋହନଙ୍କୁ ଫୋନ୍‌, ପ୍ରଣବ, ପ୍ରତିଭାଙ୍କ ସହ ମଧ୍ୟ ଆଲୋଚନା କଲେ ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ବହୁତ ବଡ଼ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପ୍ରସ୍ତୁତି ଚଳାଇଛନ୍ତି। ଦେଶବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଥିବା ବେଳେ ଆଗକୁ ମଧ୍ୟ ପ୍ରତିକାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ସମସ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial