ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ

ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ

ଜୟପୁର: କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆସନ୍ତା ୩୦ ଏବଂ ୧ମେ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବା ଜିଲ୍ଲା ବିଜେପି ମିଡିଆ ସଂଯୋଜକ ସଂଜୟ ବେହେରା ସୂଚନା ଦେଇଛନ୍ତି। ୨୯ ତାରିଖ ସଂଧ୍ୟାରେ ସେ ଭୁବନେଶ୍ବରରୁ ଟ୍ରେନରେ ବାହାରି ୩୦ତାରିଖ ଦିନ ରାୟଗଡ଼ାରେ ପହଞ୍ଚିବେ। ରାୟଗଡ଼ାରୁ କୋରାପୁଟ ଜିଲ୍ଲାକୁ ସେ ରାସ୍ତାରେ ଆସିବେ। କୋରାପୁଟ ଜିଲ୍ଲାରେ ସେ କୁନ୍ଦ୍ରା ବ୍ଲକର ରାଣୀଗଡ଼ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭୁମି ପୂଜା କରିବେ। ଏଠାରୁ କୋରାପୁଟ ଆସି କୋରାପୁଟରେ ବିଜେପି ଦଳୀୟ ସମାବେଶରେ ଦଳର କର୍ମକର୍ତ୍ତାଙ୍କ ସହ ବୈଠକରେ ଭାଗ ନେବେ। ଏହା ପରେ ଜିଲ୍ଲାପ୍ରଶାସନ ସହ ଅନୂସୂଚିତ ଜନଜାତି ବିଭାଗ, ମେଗା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରଦୀପ ପ୍ରସାର ସମିତି ଦ୍ବାରା ଦାମନଯୋଡିରେ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମରେ ସଂଧ୍ୟାରେ ଭାଗ ନେଇ ସେଠାରେ ରାତ୍ରୀ ଯାପନ କରିବେ। ୧ ତାରିଖ ଦିନ ଦାମନଯୋଡିରେ କିଛି କାର୍ଯ୍ୟକ୍ରମରେ ଭାଗ ନେଇ ଏଠାରୁ ବିଶାଖାପାଟଣା ଏୟାରପୋର୍ଟକୁ ଯିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ: ୧୫ ମାସର ଶିଶୁକନ୍ୟା ସମେତ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Thu Apr 28 , 2022
ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ୧୫ ମାସର ଶିଶୁକନ୍ୟା ଥିବା ଜଣାଯାଇଛି। ଏଥିସହ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ବି ଠାବ ହୋଇଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ତୁଷାର ଜଗତପ, ସୁବିନ୍ୟା ଓ ନୀଲା। ତୁଷାରଙ୍କ ଘର ମହାରାଷ୍ଟ୍ରରେ […]
୧୫ ମାସର ଶିଶୁକନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial