ରାଜଧାନୀରେ ଚାଞ୍ଚଲ୍ୟ: ୧୫ ମାସର ଶିଶୁକନ୍ୟା ସମେତ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

୧୫ ମାସର ଶିଶୁକନ୍ୟା

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ୧୫ ମାସର ଶିଶୁକନ୍ୟା ଥିବା ଜଣାଯାଇଛି। ଏଥିସହ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ବି ଠାବ ହୋଇଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ତୁଷାର ଜଗତପ, ସୁବିନ୍ୟା ଓ ନୀଲା। ତୁଷାରଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ରହିଛି। ସେ ଏକ ହୋଟେଲରେ କାମ କରନ୍ତି। ତାଙ୍କର ଜମିବାଡ଼ି ବିବାଦ ଥିଲା ବୋଲି କୁହାଯାଉଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’

Thu Apr 28 , 2022
ମୁମ୍ବାଇ: ରିଲିଜ୍ ପୂର୍ବରୁ ନୂଆ ରେକର୍ଡ କଲା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଫିଲ୍ମଟି ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ‘ପୋନ୍ନିୟିନ୍ ସେଲଭନ’। ବଡ଼ ପରଦାରେ ରିଲିଜ୍ ହେବା ପରେ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ […]
ଐଶ୍ବର୍ଯ୍ୟା ରାୟଙ୍କ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial