ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ମହିଳାଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଉରକେଲା ଏଡିଜେ ୧ କୋର୍ଟ ଆଜି ଦଣ୍ଡବିଧାନ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ଦୁଇ ତାରିଖ ହୋଲିପର୍ବ ଦିନ ରାତି ୮ ଟା ସମୟରେ ୫୫ ବର୍ଷୀୟ ଯଶୋଦା ସିଂଙ୍କୁ ହତ୍ୟା କରାଯାଇଥିବା ଵିରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ତିନି ଜଣ ମହିଳାଙ୍କ ସହ ମୋଟ ୧୪ ଜଣ ଅଭିଯୁକ୍ତ ଖଣ୍ଡା, ବାଡି ପଥର ଓ ଇଟାରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୧୪ ଜଣ ଅଭିଯୁକ୍ତ ୫୫ ବର୍ଷୀୟ ଯଶୋଦା ସିଂଙ୍କୁ ହତ୍ୟା କରିଵା ସହ ଯଶୋଦା ଙ୍କ ସ୍ଵାମୀ ଫଗୁ ସିଂ ଓ ପୁଅ କମଳେସ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିରମିତ୍ରପୁର ଥାନାରେ ୨୦୧୮ ମସିହା ମାର୍ଚ୍ଚ ତିନି ତାରିଖ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ପବ୍ଲିକ ପ୍ରସ୍ୟୁକୁଟର ଅବଦୁଲ ସମିମ ଅଖତର ଓ ରାଉରକେଲା ଅତିରିକ୍ତ ପବ୍ଲିକ ପ୍ରସ୍ୟୁକୁଟର ସ୍ଵରୁପ ରଞ୍ଜନ ରଥ ଏହି କେସରେ ପରିଚାଳନା କରିଥିଲେ।
ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା: ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

Share Now: