ନନ୍ଦନକାନନରେ ୫୮ ବର୍ଷ ବୟସରେ ଆଖି ବୁଜିଲା ’ପ୍ରେମା’

୫୮ ବର୍ଷ ବୟସରେ ଆଖି ବୁଜିଲା ’ପ୍ରେମା’

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଦ୍ଧକ୍ଯ ପୀଡିତ ଚିକିତ୍ସାଧିନ ବୟସ୍କା ହାତୀ ପ୍ରେମା(୫୮)ର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇଛି। ସେ ଗତକଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା। ଗୋଡ ଲଗାଇ ଉଠି ଛିଡା ହୋଇ ପାରୁ ନ ଥିଲା। ମାହୁନ୍ତ ଶତ ଚେଷ୍ଟା କଲେ ମଧ୍ଯ ଚଟାଣରୁ ଉଠିପାରି ନଥିଲା। ପ୍ରେମାକୁ ଉଠାଇ ଛିଡା କରିବା ଲାଗି ବିଶେଜ୍ଞଙ୍କ ସହାୟତା ଲୋଡା ଯାଇଥିଲା। ପ୍ରେମାକୁ ଛିଡା କରାଇବା ଲାଗି ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କମଳ ଲୋଚନ ପୁରୋହିତ, କେନ୍ଦ୍ରୀୟ ଚିଡିଆଖାନା ସଂଯୋଜକ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଓ ଚନ୍ଦକାରୁ ଜଣେ ମାହୁନ୍ତ ଆସିଥିଲେ। ସେମାନଙ୍କ ତତ୍ୱାବଧାନରେ ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ତାକୁ ଚଟାଣରୁ ଉଠାଯାଇଥିଲା। ଉଠିବା ପରେ ସେ ଆଗ ଗୋଡ ତଳେ ଲଗାଇ ଛିଡା ହେବାକୁ ଅକ୍ଷମ ହୋଇଥିଲା। ପ୍ରଫେସର ଶ୍ରୀ ସାହୁ ପ୍ରେମାକୁ ସାଲାଇନ ଦେବା ପରେ ସେ ଧୀରେ ଧୀରେ ଗୋଡ ତଳେ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ଛିଡା ହୋଇ ନ ପାରି ତଳେ ବସି ପଡିଲା। ତାର ଅକ୍ଷମତାକୁ ଲକ୍ଷ କରି ତାକୁ ଆଉ ଛିଡା କରାଯାଇନଥିଲା। କିଛି ସମୟ ବସିବା ପରେ ପ୍ରେମା ପୁଣି ଗଡଘାଲି ତଳେ ଶୋଇ ଯାଇଥିଲା। ତାକୁ ପୁନର୍ବାର ଉଠାଇ ବସା ଯାଇଥିଲା। ଶେଷକୁ ପ୍ରେମାକୁ ଦୈନଦିନ ଏହିପରି ଛିଡା କରାଇବାକୁ ପ୍ରୟାସ କରାବା ସହିତ ତାକୁ ଉଭୟ ପାଖ ଲେଉଟାଇ ଶୋଇବାକୁ ନିଷ୍ପତ୍ତି ନେଇଥିଲେ ବିଶେଷଜ୍ଞ ଓ ନନ୍ଦନକାନନ କର୍ତ୍ତୃପକ୍ଷ । ସବୁ ଚେଷ୍ଟା ବିଫଳ ହେଲା । ଶେଷରେ ଅପରାହ୍ନରେ ପ୍ରେମାର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା। ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ପରେ ବୈଷୟିକ କମିଟି ଓ ସ୍ଵାସ୍ଥ୍ୟ କମିଟିର ମିଳିତ ସ୍ୱାସ୍ଥ୍ୟ ପରୀକ୍ଷା ପରାମର୍ଶକ୍ରମେ ହୋଇଥିବା ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ସେହି ମାସ ୨୩ ତାରିଖରେ ଅସ୍ତ୍ରୋପଚାର କରି କଢ଼ାଯାଇଥିଲା । କଢ଼ାଯାଇଥିବା ଟ୍ଯୂମର ଟିର ଓଜନ ୫୦ ଗ୍ରାମ ଥିଲା। ଟ୍ଯୁମରଟି ବାହାର କରାଯିବା ପରେ କ୍ଷତ ସ୍ଥାନଟିକୁ ଶୋଦ୍ଧନ କରି ସେଥିରେ ଔଷଧ ଲଗା ଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ପୂଜ ଦେବା ବନ୍ଦ ହେଉ ନ ଥିଲା। ଫଳରେ ପ୍ରେମାର ଅବସ୍ଥା ବାରମ୍ଵାର ବିଗିଡିବାରେ ଲାଗିଥିଲା। ଶେଷକୁ ଆଜି ପ୍ରେମା ବନ୍ଧା ହୋଇ ରହିଥିବା ହାତୀ ଶାଳର ଚଟାଣରେ ଶୋଇ ରହିଥିଲା। ମାହୁନ୍ତ ଯେତେ ଚେଷ୍ଟା କଲେ ମଧ୍ୟ ଉଠିପାରି ନଥିଲା। ପ୍ରେମାକୁ ୨୦୮୫ ମସିହାରେ ୨୧ ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ବାସନ୍ତୀ, ହୀରା ଓ ମାମା କେବଳ ରହିଛନ୍ତି।

Share Now:

Kalinga News Beuro

Next Post

ବାଲିଯାତ୍ରାରେ ପୌର ନିଗମ ନେବ ଲାଇସେନ୍ସ, ହୋର୍ଡିଂ, ୟୁଜର୍‌ସ ଫି

Sat Oct 29 , 2022
କଟକ: ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସୁଥିବା ବ୍ୟବସାୟୀଙ୍କୁ ପୌର ନିଗମ ପକ୍ଷରୁ ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯିବ। ଏଥିପାଇଁ ବ୍ୟବସାୟୀଙ୍କୁ ଲାଇସେନ୍ସ ଫି ଦେବା ସହ ୟୁଜର ଫି, ହୋର୍ଡିଂ ଓ ବ୍ୟାନର ଲଗାଇବା ବାବଦରେ ଅର୍ଥ ଦେବାକୁ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବାଲିଯାତ୍ରାରେ ନିଲାମ ପ୍ରକ୍ରିୟାରେ ଅଧିକ ଟଙ୍କାରେ ବ୍ୟବସାୟୀଙ୍କୁ ପ୍ଲଟ କିଣିବାକୁ ପଡ଼ୁଥିବା ବେଳେ ଏବେ ନିଗମର ବିଭିନ୍ନ ଫି ସେମାନଙ୍କ ପାଇଁ […]
ପୌର ନିଗମ ନେବ ଲାଇସେନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial