ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ବିଏସଏଫ ଯବାନ ଗୁରୁତର ଆହତ

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ପ୍ରତିଦିନ ଭଳି ଆଜି ସକାଳୁ କର୍ତନପଲ୍ଲୀଠାରେ ଅବସ୍ଥାପିତ ୧୬୦ ବିଏସଏଫ ବାଟାଲିୟନ ଯବାନ କମ୍ବିଙ୍ଗ ଅପରେସନ କରିବାକୁ ଯାଇଥିଲେ। ତେବେ କମ୍ବିଙ୍ଗ ଅପରେସନ ସାରି ଫେରୁଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ହୋଇଥିବାବେଳେ ତାଙ୍କୁ ଏବେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଯବାନମାନେ ଘଟଣାସ୍ଥଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌-୧୯ ଭୂତାଣୁର ନୂଆ ଭାରତୀୟ ‘ଷ୍ଟ୍ରେନ୍‌’ ଅଧିକ ସଂକ୍ରମଣଶୀଳ ହୋଇପାରେ: ‘ଏମ୍‌ସ୍‌’ ମୁଖ୍ୟ

Sun Feb 21 , 2021
ନୂଆଦିଲ୍ଲୀ: ଭାତରେ କୋରୋନାଭାଇରସ୍‌ ‘ହର୍ଡ ଇମ୍ୟୁନିଟି’ ଏକ ଭ୍ରାନ୍ତ ଧାରଣା। କାରଣ ଦେଶର ସମୁଦାୟ ଜନତାଙ୍କୁ ସୁରକ୍ଷିତ ରଖିବାକୁ ଅନ୍ୟୂନ ୮୦% ଲୋକଙ୍କ ଶରୀରେ ‘ଆଣ୍ଟିବଡି’ ସୃଷ୍ଟି ହେବା ଆବଶ୍ୟକ ବୋଲି ଶନିବାର ଦିନ ‘ଏନ୍‌ଡିଟିଭି’କୁ କହିଛନ୍ତି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ନୂଆ ‘ଷ୍ଟ୍ରେନ୍‌’ ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି। ଏହି ନୂଆ ‘ଷ୍ଟ୍ରେନ୍‌’ର ଭୂତାଣୁ ଅଧିକ ସଂକ୍ରମଣଶୀଳ ହେବା ସହ […]
ଡାକ୍ତର ରଣଦୀପ ଗୁଲେରିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial