ମାସେ ହେଲା ଅନ୍ଧାରରେ ୧୫ ପରିବାର : ପାଠ ପଢ଼ିବାକୁ ହାଇରାଣ ହେଉଛନ୍ତି ପିଲା

ମାସେ ହେଲା ଅନ୍ଧାରରେ ୧୫ ପରିବାର

କୋଲାବିରା: କୋଲାବିରା ବ୍ଲକ୍ ସୋଢ଼ାମାଳ ପଞ୍ଚାୟତ ଡୁକୁନାପଡ଼ାରେ ଅନ୍ଧାରରେ ଗ୍ରାମବାସୀ ଦିନ ବିତାଉଛନ୍ତି। ପ୍ରାୟ ୧୫ରୁ ଅଧିକ ପରିବାର ବିଶିଷ୍ଟ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଏହି ପଡ଼ାରେ ଆଜିକୁ ୩୦ ଦିନରୁ ଅଧିକ ହେଲା ବିଦ୍ୟୁତ୍ ସରବରାହ ଠପ୍ ରହିଛି। ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ମଧ୍ୟ ବଦଳାଯାଉ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଛୁଆଙ୍କ ପାଠ ପଢ଼ାଠାରୁ ଆରମ୍ଭ କରି ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ କାମ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବିଶେଷ କରି ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ପାଇଁ ଅଡୁଆ ବଢ଼ିଯାଇଛି। ନିର୍ଦ୍ଧାରିତ ସମୟରେ ଘରକାମ ଶେଷ କରିବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ମଧ୍ୟ ଅଭିଯୋଗ ହେଉଛି। ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଗାଁ’ର କାର୍ତ୍ତିକ ମୁଣ୍ଡା, ଫୁଲଚାନ୍ଦ ମୁଣ୍ଡା, ଅଶୋକ ମୁଣ୍ଡା, ଆନନ୍ଦ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ନୂଆ ଟ୍ରାନ୍ସଫର୍ମର ଲଗାଇବାକୁ ସ୍ଥାନୀୟ ସମାଜସେବୀ ବଳରାମ ପାଣ୍ଡେ, ଗଣେଶ କରାଲି ଓ ଲମ୍ବୋଦର ବିନ୍ଧାଣୀ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ପୁଣ୍ୟ ପୁଷ୍କରିଣୀ ପ୍ରତି ବିମୁଖ ପର୍ଯ୍ୟଟକ, ତୀର୍ଥ ପୋଖରୀରେ ବୁଡ଼ ପଡ଼ୁନି

Wed Sep 27 , 2023
ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଥିପାଇଁ ବିଭିନ୍ନ ସଭା ଓ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କିନ୍ତୁ ଐତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ଦିଗରେ ପ୍ରକୃତ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଥିବା ବହୁ ଐତିହ୍ୟ ପୁଷ୍କରିଣୀକୁ ଦେଖିଲେ, ଏହା ଜଳଜଳ ହୋଇ ଦେଖାଯାଏ। ପ୍ରାୟ ସବୁ ପୁଷ୍କରିଣୀ ନିକଟସ୍ଥ ମନ୍ଦିରର […]
ଆଜି ବିଶ୍ବ ପର୍ଯ୍ୟଟନ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial