କ୍ୟାପିଟାଲ ହସ୍ପିଟାଲର ପିଛା ଛାଡ଼ୁନି ବିବାଦ : ପ୍ରସୂତିଙ୍କ ଖାଦ୍ୟରେ ପୋକ

ଭୁବନେଶ୍ୱର: ପ୍ରସୂତିଙ୍କ ଖାଦ୍ୟରେ ପୋକ। ଏଭଳି ଅଭାବନୀୟ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ। ଏହି ଘଟଣା ନଜରକୁ ଆସିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। କିଭଳି ପରିସ୍ଥିତିରେ ଏହି ଖାଦ୍ୟ ପ୍ରସୂତିଙ୍କୁ ଦିଆଗଲା ତାହାର ତଦନ୍ତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, କାକଟପୁର ନୂଆଗଡ଼ ଅଞ୍ଚଳର ଟୁକୁନା ସାହୁ ପତ୍ନୀଙ୍କ ପ୍ରସବ ପାଇଁ ଗତକାଲି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ଆଜି ସକାଳେ ତାଙ୍କୁ ଜଳଖିଆରେ ଚୁଡ଼ାଉପମା ଦିଆଯାଇଥିବା ବେଳେ ତହିଁରେ ଏକ ପୋକ ପଡ଼ିଥିବା ଟୁକୁନା ଦେଖିଥିଲେ। ସଙ୍ଗେ ସଙ୍ଗେ ସେ ଖାଦ୍ୟ ବାଣ୍ଟୁଥିବା ରୋଷେଇ କର୍ମଚାରୀଙ୍କୁ ଡାକି ପୋକ ପଡ଼ିଥିବା ନେଇ ସୂଚନା ଦେଇଥିଲେ। ମାତ୍ର ସଂପୃକ୍ତ କର୍ମଚାରୀ ଜଣକ କିଛି ଜାଣି ନ ଥିବା କହିଥିଲେ। ପ୍ରସୂତି ଜଣକ ମଧ୍ୟ ଏହି ଖାଦ୍ୟକୁ ଗ୍ରହଣ କରି ନ ଥିଲେ। ପରେ ରୋଗୀଙ୍କ ସଂପର୍କୀୟ ହସ୍ପିଟାଲ ଅଧୀକ୍ଷକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା.ନାରାୟଣ ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ, ଖାଦ୍ୟରେ ପୋକ ଆସିବା ଘଟଣାର ତଦନ୍ତ କରାଯିବ। ଏଥିପାଇଁ ସେ ରୋଷଶାଳା ଓ ସ୍ତ୍ରୀ ଓ ପ୍ରସୂତି ୱାର୍ଡକୁ ଗସ୍ତ କରି ଏହାର ଅନୁଧ୍ୟାନ କରିଛନ୍ତି। କେଉଁଠି ଓ କିଭଳି ଭାବେ ଖାଦ୍ୟରେ ପୋକ ବାହାରିଲା ସେ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା.ସେଠୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

୧୫ଦିନ ସଚେତନତା ପରେ ଜରିମାନା: ବାପୁଜୀନଗର ଟ୍ରାଫିକ ଶୃଙ୍ଖଳା ପ୍ରସଙ୍ଗ

Mon Feb 3 , 2020
ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଗତକାଲିଠାରୁ କାର୍ଯ୍ୟକ‌ାରୀ ହୋଇଛି। ପ୍ରସ୍ତୁତ ପ୍ଲାନ୍‌କୁ ନମାନିଲେ ହଜାରେ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି। ‌ହେଲେ ଲୋକଙ୍କ ପାଖରେ ସୂଚନା ପହଞ୍ଚିନାହିଁ। ସେଥିପାଇଁ ହଠାତ୍‌ କଟକଣା ଲୋକଙ୍କୁ ଅକଳରେ ପକାଇଛି। ଏଣୁ ଆଜିଠାରୁ କଟକଣା ଲାଗୁ ହୋଇଥିଲେ ମଧ୍ୟ ୧୫ ଦିନ ଯାଏ ଲୋକଙ୍କୁ ସଚେତନ କରିବା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial