ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ପୁଲିସ କମିଶନର

ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା

ଭୁବନେଶ୍ବର: ଜି-୨୦ ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଜି ଏକ ବି‌ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସୂଚନା ଦେଇ କହିଛନ୍ତି, ଜି-୨୦ ସମ୍ମିଳନୀ ପାଇଁ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। ଯେଉଁ ସବୁ ପ୍ରୋଟୋକଲ ରହିଛି, ଜି-୨୦ ସିକ୍ୟୁରିଟି ଅଫିସରେ ଆଲୋଚନା କରାଯାଉଛି। ଜି-୨୦ ସମ୍ମିଳନୀ ପାଇଁ ପ୍ରତିନିଧିମାନଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ଗତବିଧିର ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଯେହେତୁ ବିଶ୍ୱର ବିଭିନ୍ନ ଦେଶରୁ ପ୍ରତିନିଧି ଆସୁଛନ୍ତି, ସେଥିପାଇଁ ବିଶେଷକରି ପୁଲିସ କର୍ମଚାରୀମାନେ କିପରି ଉତ୍ତମ ବ୍ୟବହାର ଦେଖାଇ ପାରିବେ ଓ ସେମାନଙ୍କର କିପରି ସୁନ୍ଦର ପରିପାଟି ରହିବ ତା ଉପରେ ଗୁରୁତ୍ୱ ଦିଆଯିବ। ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀରେ ମୋଟ ୨୨ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨୨ରୁ ଅଧିକ ଅଫିସର ମୁତୟନ ରହିବେ। ଏହାସହିତ ନୋଡାଲ ଏଜେନସି ସହ ଉପଯୁକ୍ତ ସଂଯୋଜନା ରହିଛି। ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

Share Now:

Kalinga News Beuro

Next Post

ପୁଣି ଥରେ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି ଜୋ ବାଇଡେନ୍

Tue Apr 25 , 2023
ୱାଶିଂଟନ : ଆସନ୍ତା ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ଜୋ ବାଇଡେନ। ଏକ ଟୁଇଟ୍ କରି ସେ ଏହି ଘୋଷଣା କରିଛନ୍ତି। ନିଜ ଟୁଇଟରେ ବାଇଡେନ ଉଲ୍ଲେଖ କରିଛନ୍ତି, “ମୁଁ ଯେତେବେଳେ ୪ ବର୍ଷ ତଳେ ରାଷ୍ଟ୍ରପତି ପଦ ଦୌଡ଼ରେ ଥିଲି, ଆମେ ଆମେରିକାର ଆତ୍ମା ପାଇଁ ଲଢୁଥିଲୁ ଓ ଏବେ ବି ସେହି ଲଢେଇ ଜାରି ରହିଛି। ଆମେ […]
ଜୋ ବାଇଡେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial