ନାହିଁ ନାହିଁରେ କ୍ୟାପିଟାଲ ହସ୍ପିଟାଲ: ଖାଲିପଡିଛି ଫାର୍ମାସିଷ୍ଟ ପୋଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ଫାର୍ମାସିଷ୍ଟଙ୍କ ଅଭାବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲକୁ ଉପେକ୍ଷା। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ମାନବ ସମ୍ବଳର ଯଥେଷ୍ଟ ଅଭାବ ଦେଖିବାକୁ ମିଳିଛି। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଫାର୍ମାସିଷ୍ଟ ନାହାନ୍ତି। ଫଳରେ ହସ୍ପିଟାଲରେ ମାଗଣା ଔଷଧ ବିତରଣ ପାଇଁ ‘ନିରାମୟ’ କେନ୍ଦ୍ର ପରିଚାଳନା ବାଧାପ୍ରାପ୍ତ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ରହିଛି ୨ଟି ନିରାମୟ କେନ୍ଦ୍ର। ମୁଖ୍ୟ ନିରାମୟ କେନ୍ଦ୍ର ୨୪ ଘଣ୍ଟା ଖୋଲା ରହୁଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ଥିବା ନିରାମୟ କେବଳ ଓପିଡି ସମୟରେ ଖୋଲା ରହୁଛି। ବିଭିନ୍ନ ପର୍ଯ୍ୟାୟରେ ଏଠାରେ ରୋଗୀଙ୍କୁ ଔଷଧ ବିତରଣ କରାଯାଉଛି। ମାତ୍ର ସେହି ଅନୁପାତରେ ଫାର୍ମାସି‌ଷ୍ଟ ନାହାନ୍ତି। ଗୋଟିଏ ଔଷଧ ବିତରଣ କେନ୍ଦ୍ରରେ ୬ଟି କାଉଣ୍ଟରରେ ସମସ୍ତ କର୍ମଚାରୀଙ୍କୁ ମିଶାଇ ୨୬ ଜଣ ଆବଶ୍ୟକ ଥିବାବେଳେ ୧୨ ଜଣରେ କାର୍ଯ୍ୟ କରାଯାଉଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ରହିଥିବା ଔଷଧ ବିତରଣ କେନ୍ଦ୍ରରେ ୮ ଜଣଙ୍କ ଆବଶ୍ୟକ ଥିବା ବେଳେ କୌଣସି ଫାର୍ମାସିଷ୍ଟ ନାହାନ୍ତି। ଏହିପରି ଭାବେ ପୂରା ହସ୍ପିଟାଲରେ ମୋଟ ୭୦ଜଣ ଫାର୍ମାସିଷ୍ଟଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୧୨ଜଣ। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରଥମେ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ଯୋଜନା କାର୍ଯ୍ୟକାରୀ ହେଲା ସତ, ହେଲେ ସ୍ଥିତି ବଦଳିଲା ନାହିଁ। ହସ୍ପିଟାଲର ଅଧିକାଂଶ ବିଭାଗରେ ଆବଶ୍ୟକତା ଅନୁସାରେ ଡାକ୍ତର, ଆଟେଣ୍ଡାଣ୍ଟ, ଫାର୍ମାସିଷ୍ଟ ଓ କର୍ମଚାରୀ ନାହାନ୍ତି। ଆଇପିଏଚଏସ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ସବୁ ବିଭାଗରେ ମାନବସମ୍ବଳର ଅଭାବ ରହିଛି। ୨୦୧୬ ମସିହାରୁ ଅଧିକ ଫାର୍ମାସିଷ୍ଟ ନିଯୁକ୍ତ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲରେ ଫାର୍ମାସିଷ୍ଟଙ୍କ ଅଭାବ ରହିଛି। ମାତ୍ର ଖାଲି ପଦ ପୂରଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

Share Now:

Kalinga News Beuro

Next Post

ରାଜଧାନୀରେ ହେବ ‘ନଗର ବନ’: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ

Fri Dec 18 , 2020
ନୂଆବର୍ଷରୁ ଖୋଲିବ ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର,୪୩ ଏକର ପରିମିତ ଜାଗା ଚିହ୍ନଟ ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପ୍ରତିଷ୍ଠା ହେବ ନଗର ବନ। ଏହି ଅଞ୍ଚଳରେ ଖାଲିଥିବା ୪୩ ଜମିରେ ବ୍ୟାପକ ବୃକ୍ଷରୋପଣ କରି ନଗର ବନ ସୃଷ୍ଟି କରାଯିବ। ନିମ୍ବ, କରଞ୍ଜ, ବାଉଁଶ, ବର ପରି ବୃକ୍ଷରୋପଣ ହେବ। ଜନସାଧାରଣଙ୍କୁ ଯେପରି ଅମ୍ଳଜାନ ମିଳି ପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ। ପର୍ଯ୍ୟଟକଙ୍କ ବୁଲିବା ଲାଗି ନଗର […]
‘ନଗର ବନ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial