ବିନା ହେଲ୍‌ମେଟ୍‌ରେ ପୁଣି ବାଇକ୍‌ ଶୋଭାଯାତ୍ରା

କାହାକୁ ଛଡ଼ା ଯିବନି: ଟ୍ରାଫିକ୍‌ ଡିସିପି

ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଶୋଭାଯାତ୍ରା କରି ବିଜେଡି କର୍ମୀ ହଟହଟା ହେବା ସହ ଜରିମାନା ଭରିବା ଚର୍ଚ୍ଚା ନ ଥମୁଣୁ ଆଜି ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍‌ ୟୁନିୟନ ପକ୍ଷରୁ ‌ହୋଇଥିବା ଭାରତ ବନ୍ଦ ପାଳନ ବେଳେ ରାଜଧାନୀରେ ବିଭିନ୍ନ ସଂଗଠନର କର୍ମୀ ବିନା ହେଲମେଟ୍‌ରେ ବାଇକ୍‌ ଶୋଭାଯାତ୍ରା କରୁଥିବା ପରିଲକ୍ଷିତ ହୋଇଛି। କେବଳ ବିନା ହେଲ୍‌ମେଟ୍‌ ନୁହେଁ, ବରଂ ବାଇକ୍‌ରେ ୩ ଜଣ ବସି ମୋଟର ଯାନ ଆଇନ ଉଲ୍ଲଂଘନ କରିଛନ୍ତି। ଏହାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ବାଇକ୍‌ରେ ୩ଜଣ ବସିବା ଓ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇବା ପାଇଁ ଜରିମାନା ଆଦାୟ ହେବ। ଏଥିପାଇଁ ଆଇନ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ସ୍ବତଃପ୍ରବୃତ୍ତ ଭାବରେ ଆସି ଜରିମାନା ଜମା କରିବେ ଭଲ କଥା, ନଚେତ୍‌ ଘରକୁ ଚାଲାଣ ଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରାଯିବା ସହ କିଏ କେଉଁ ଆଇନ ଉଲ୍ଲଂଘନ କରିଛି ତାହା ଦେଖାଯାଉଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ବନ୍ଦ ବେଳେ ସାମ୍ନାକୁ ଆସିଲା ବେଧଡକ ବେପାର କରିବାର ଦୃଶ୍ୟ

Thu Jan 9 , 2020
ଭୁବନେଶ୍ୱର: ବନ୍ଦ ବେଳେ ବେପାର ! ଏପଟେ ଚାଲିଥାଏ ଜୋରଦାର ଆନ୍ଦୋଳନ ଆଉ ଅନ୍ୟପଟେ ଚାଲିଥାଏ ବେପାର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ । ୧୨ ଦଫା ଦାବି ନେଇ ଆଜି ଦେଶବ୍ୟାପି ବନ୍ଦ ପାଳନ କରାଯାଉଥିବା ବେଳେ ଓଡିଶାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭାରତ ବନ୍ଦ ପ୍ରଭାବରେ ଆଜି ଗାଡିମଟର ସେବା ବନ୍ଦ ରହିଥିବା ବେଳେ କିଛି ଯୁବକମାନେ କିନ୍ତୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial