ପୁଣି ଥରେ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି ଜୋ ବାଇଡେନ୍

ଜୋ ବାଇଡେନ

ୱାଶିଂଟନ : ଆସନ୍ତା ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ଜୋ ବାଇଡେନ। ଏକ ଟୁଇଟ୍ କରି ସେ ଏହି ଘୋଷଣା କରିଛନ୍ତି। ନିଜ ଟୁଇଟରେ ବାଇଡେନ ଉଲ୍ଲେଖ କରିଛନ୍ତି, “ମୁଁ ଯେତେବେଳେ ୪ ବର୍ଷ ତଳେ ରାଷ୍ଟ୍ରପତି ପଦ ଦୌଡ଼ରେ ଥିଲି, ଆମେ ଆମେରିକାର ଆତ୍ମା ପାଇଁ ଲଢୁଥିଲୁ ଓ ଏବେ ବି ସେହି ଲଢେଇ ଜାରି ରହିଛି। ଆମେ ଅଳ୍ପକେ ସନ୍ତୁଷ୍ଟ ହେବା ନାହିଁ, ସେଥିପାଇଁ ମୁଁ ପୁନଃନିର୍ବାଚନ ଦୌଡ଼ରେ ରହିଛି। ଆସନ୍ତୁ କାମକୁ ଶେଷ କରିବା।”
୮୦ ବର୍ଷୀୟ ବାଇଡେନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ବିଷୟ ସ୍ପଷ୍ଟ କରିଥିବାବେଳେ ଆମେରିକାରେ ତାଙ୍କ ପ୍ରଥମ କାର୍ଯ୍ୟକାଳକୁ ଅନେକ ସମୀକ୍ଷକ ସମାଲୋଚନା କରିଥାନ୍ତି। ତାଙ୍କ ସମୟରେ ଆଫଗାନିସ୍ତାନରୁ ହୋଇଥିବା ସୈନ୍ୟ ପ୍ରତ୍ୟାହାର, ଆମେରିକାରେ ବଢିଚାଲିଥିବା ମୁଦ୍ରାସ୍ପୀତି ଓ ବେକାରି, ଆର୍ଥିକ ମାନ୍ଦାବସ୍ଥାକୁ ଅନେକ ତାଙ୍କ ବିଫଳତା ହିସାବରେ ଦେଖିଥାନ୍ତି। ତାଙ୍କ ଅମଳରେ ସମଗ୍ର ବିଶ୍ବରେ ଆମେରିକାର କ୍ଷମତା ଓ ପ୍ରତିପତ୍ତି କମିଥିବା ଓ ଚୀନର ପ୍ରଭାବ ଆହୁରି ବଢିଥିବା ସମାଲୋଚକମାନେ ଅଭିଯୋଗ କରିଆସୁଛନ୍ତି। ଏସବୁ ବିଫଳତାରୁ ଉପରକୁ ଉଠି ପୁଣି ନିର୍ବାଚିତ ହେବା ବାଇଡେନଙ୍କ ପାଇଁ ବେଶ ଆହ୍ବାନମୂଳକ ହେବ।

Share Now:

Kalinga News Beuro

Next Post

ଅନନ୍ତ ବାସୁଦେବ ମନ୍ଦିରକୁ ଲୁହା ଖମ୍ବ ଭରସା

Tue Apr 25 , 2023
ପୁରୁଣା ଭୁବନେଶ୍ୱର: ପ୍ରାଚୀନ ତଥା ପ୍ରସିଦ୍ଧ ଶୈବ ପୀଠରେ ଭରପୂର ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବଙ୍କ ମନ୍ଦିର ହେଉଛି ଏକମାତ୍ର ବିଷ୍ଣୁ ମନ୍ଦିର। ତେଣୁ ଏହି ମନ୍ଦିରର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ମାତ୍ର ଦୀର୍ଘ ବର୍ଷ ଧରି ଏହି ମନ୍ଦିରକୁ ସମ୍ଭାଳିଛି ଲୁହା ଖମ୍ବ। ଲୁହା ଖମ୍ବର ଢେରାରେ ମନ୍ଦିର ଠିଆହୋଇ ରହିଛି। ସେହିଭଳି ଏହି ମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିର ବହୁ ବର୍ଷ ହେଲା […]
ଅନନ୍ତ ବାସୁଦେବ ମନ୍ଦିରକୁ ଲୁହା ଖମ୍ବ ଭରସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial