କେନ୍ଦ୍ର ଏସିଆରେ ଭୂମିକମ୍ପ, ଭାରତରେ ବି କମ୍ପନ ଅନୁଭୂତ

ନୂଆଦିଲ୍ଲୀ : କେନ୍ଦ୍ର ଏସୀୟ ଦେଶ ତାଜିକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଆଜି ଭାରତୀୟ ସମୟ ଅପରାହ୍ନ ୪ଟା ୧୫ ମିନିଟରେ ଏକ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଏହି ଦୁଇ ଦେଶ ସମେତ ପାକିସ୍ତାନ ଓ ଉତ୍ତରଭାରତରେ ଅନୁଭୂତ ହୋଇଛି । ଏହା ତାଜିଖସ୍ତାନର ୬୭ ମାଇଲ ଦକ୍ଷିଣରେ ଥିବା ଖୋରୋ ରାଜ୍ୟରେ ହୋଇଛି । ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଅନେକ କୋଠା ଦୋହଲିବାର ଦେଖାଯାଇଥିଲା । ଏହା ପ୍ରଭାବ ଭାରତର ପଂଜାବ, ହରିୟାନା, ଦିଲ୍ଲୀ, ହିମାଚଳପ୍ରଦେଶ ଓ କାଶ୍ମୀର ଉପରେ ମଧ୍ୟ ପଡିଥିବା ସୂଚନା ମିଳିଛି । ତେବେ ଏହି ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏହି ଭୂମିକମ୍ପର ତୀବ୍ରତା ୬.୪ ଥିବା ବୋଲି କହିଛି ।

Share Now:

Kalinga News Beuro

Leave a Reply

Next Post

ନିରାପଦ ନୁହେଁ ଆୟୁର୍ବେଦିକ ଔଷଧ!

Wed May 9 , 2018
ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଅଚଳାବସ୍ଥା ଭୁବନେଶ୍ୱର: ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଆୟୁର୍ବେଦିକ ଔଷଧର ବିଷକ୍ରିୟା ଜନିତ ପରୀକ୍ଷା ହେଉନାହିଁ। କେବଳ ମାନ ପରୀକ୍ଷା କରି ଲୋକଙ୍କୁ ଦିଆଯାଉଛି। ତେଣୁ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଓ ଡିସ୍‌ପେନସାରିଗୁଡ଼ିକରେ ରୋଗୀଙ୍କୁ ଦିଆଯାଉଥିବା ଆୟୁର୍ବେଦିକ ଔଷଧ ନିରାପଦ ନୁହେଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗବେଷଣାଗାରର ବାଇଓକେମିଷ୍ଟ୍ରି ବିଭାଗରେ ସମସ୍ତ ପଦବି ଖାଲି ପଡ଼ିଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial