ରୁଷ ବିରୋଧରେ ଆର୍ଥିକ କଟକଣା ଲଗାଇବ ନାହିଁ ଚୀନ

ରୁଷ ବିରୋଧରେ ଆର୍ଥିକ କଟକଣା ଲଗାଇବ ନାହିଁ ଚୀନ

ବେଜିଂ : ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସମଗ୍ର ବିଶ୍ବରେ ଜନମତ ତେଜିବାରେ ଲାଗିଛି। ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ରୁଷକୁ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ନେଟଓ୍ବାର୍କ ସ୍ବିଫ୍ଟରୁ ବିଦା କରିଦିଆଯାଇଛି। ଏହା ସତ୍ତ୍ବେ ଚୀନ ରୁଷ ବିରୋଧରେ ଏସବୁ କଟକଣାରେ ସାମିଲ ହେବାକୁ ମନା କରିଦେଇଛି। ଚୀନର ବ୍ୟାଙ୍କିଙ୍ଗ ଏଣ୍ଡ ଇନସୁରାନ୍ସ କମିଶନର ଅଧ୍ୟକ୍ଷ ଗୋ ସୁକିଂ କହିଛନ୍ତି ଯେ ଚୀନ ରୁଷ ବିରୋଧରେ କୌଣସି କଟକଣା ଲଗାଇବ ନାହିଁ। ପୂର୍ବପରି ବାଣିଜ୍ୟ କାରବାର ଜାରି ରହିବ। ପାଶ୍ଚାତ୍ୟ ଦେଶ ଲଗାଇଥିବା କଟକଣାକୁ ଚୀନ ବିରୋଧ କରୁଛି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ବାଙ୍ଗ ଓ୍ବେନବିନ କହିଛନ୍ତି। ଚୀନ ରୁଷର ଏକ ବଡ଼ ତୈଳ ଗ୍ରାହକ। ତେବେ କେତେକ ବିଶେଷଜ୍ଞଙ୍କ ମତରେ ଚୀନ ଉପରକୁ ଏପରି କହୁଥିଲେ ବି ରୁଷ ସହ ସମ୍ପର୍କକୁ ନେଇ ଚିନ୍ତାରେ ରହିଛି। କାରଣ ରୁଷିଆ ସମର୍ଥନରେ ଛିଡ଼ା ହୋଇ ଚୀନ ଅନ୍ତର୍ଜାତୀୟ ବାଣିଜ୍ୟ ବଜାରରେ ନିଜର ସ୍ଥିତିକୁ ଦୁର୍ବଳ କରିବାକୁ ଚାହୁଁନାହିଁ। ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ମୁଖ୍ୟତଃ ଡଲାର, ୟୁରୋରେ ହେଉଥିବାରୁ ଯଦି ଆମେରିକା ଓ ୟୁରୋପୀୟ ସଂଘ ଚୀନକୁ ଡଲାର ଓ ୟୁରୋ ଯୋଗାଣ ବନ୍ଦ କରନ୍ତି, ଚୀନର ରପ୍ତାନି ପ୍ରଭାବିତ ହେବ। ଏଣୁ ରୁଷ ସହିତ ସ୍ବାଭାବିକ ସମ୍ପର୍କ ରଖିବା ବେଶ କଷ୍ଟକର ହୋଇପଡ଼ିବ। ନିକଟରେ ବ୍ୟାଙ୍କ ଅଫ ଚାଇନାର ସିଙ୍ଗାପୁର ଶାଖା ରୁଷିଆର ତୈଳ କମ୍ପାନିମାନଙ୍କ ସହ ହୋଇଥିବା ଏକ ଅର୍ଥଯୋଗାଣ ଚୁକ୍ତିକୁ ସ୍ଥଗିତ ରଖିଦେଇଛି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲର ବିକଳ ଚିତ୍ର: ଓପିଡି ଟିକେଟ୍‌ ପାଇଁ ରାତିରୁ ଧାଡ଼ି, ୪୦ ପରେ ହତାଶ

Thu Mar 3 , 2022
ଭୁବନେଶ୍ବର: ପିପିଲିରୁ ଆସିଥିଲେ ରମେଶ ପଢ଼ିହାରୀ। ରାତି ୧୦ଟାରୁ ଲାଇନ୍‌ରେ ଠିଆ ହେଲେ। ଅଧିକ ସମୟ ନିଜେ ଧାଡ଼ିରେ ଠିଆ ହେବାକୁ ସକ୍ଷମ ହେଉନଥିବାରୁ ହେଲ୍‌ମେଟ୍‌ ରଖି ପାଖରେ ବସିଥିଲେ। ଧାଡ଼ିରେ ତାଙ୍କ ନମ୍ବର ଥିଲା ୩୨। ସେହିଭଳି ଖୋର୍ଦ୍ଧାରୁ ଆସିଥିଲେ ସୁନୀଲ ବେହେରା। ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ନମ୍ବର ଥିଲା ୩୮। ୪୦ ନମ୍ବରରେ ଥିଲେ ଖଣ୍ଡଗିରି ଅଞ୍ଚଳର ଯୁବକ ସୁମନ୍ତ। ଧାଡ଼ିଟି ସେଇଠି ସରି ଯାଇଥିଲା। […]
କ୍ୟାପିଟାଲ ହସ୍ପିଟାଲର ବିକଳ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial