ବାଂଲା ନେତାଙ୍କ ଅନ୍ତ୍ୟେଷ୍ଟିିରେ ଲାଠିମାଡ଼:ଦଳାଚକଟାରେ୧୦ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ: ବାଂଲାଦେଶର ଜଣେ ରାଜନେତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲାଠି ଚାର୍ଜ କରିବାରୁ ଦଳାଚକଟାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶାସକ ଆଓ୍ଵାମି ଲିଗ୍‌ ପାର୍ଟିର ବରିଷ୍ଠ ନେତା ତଥା ଦେଶର ଦ୍ୱିତୀୟ ବୃହତ୍ତମ ସହରର ୩ ଥର ମେୟର ଥିବା ମୋହିଉଦ୍ଦିନ ଚୌଧୁରୀଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ତେବେ ଜମଲ ଖାନ୍‌ର ରିମା କମ୍ୟୁନିଟି ସେଣ୍ଟରରେ ଆୟୋଜିତ ତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଆଜି ପାଖାପାଖି ୧ ଲକ୍ଷ ଲୋକଙ୍କର ଭିଡ଼ ଜମିଥିଲା। ତେବେ ଖାଦ୍ୟ ପ୍ୟାକେଟ ନେବା ଲାଗି ଲୋକଙ୍କ ଭିତରେ ବିଶୃଙ୍ଖଳା ଦେଖାଦେବାରୁ ପୁଲିସ ଭିଡ଼ ହଟାଇବା ଲାଗି ଲାଠି ଚାର୍ଜ କରିଥିଲା।

Share Now:

Kalinga News Beuro

Leave a Reply

Next Post

କାବୁଲ ଗୁଇନ୍ଦା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉଗ୍ରବାଦୀ ଆକ୍ରମଣ

Tue Dec 19 , 2017
କାବୁଲ: ସୋମବାର ଦିନ କାବୁଲସ୍ଥିତ ଏକ ଗୁଇନ୍ଦା ତାଲିମ ପ୍ରତିଷ୍ଠାନ ଉପରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଆଫଗାନ ରାଜଧାନୀରେ ପୁଲିସ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଲଢ଼େଇ ତୁମୁଳ ହୋଇଛି। ପ୍ରାୟ ୧୦ ଟା ୧୦ ମିନିଟ୍‌ ସମୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ କାବୁଲର ଅସଫର୍‌ ଅଞ୍ଚଳରେ ଥିବା ଏନ୍‌ଡିଏସ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ର ନିର୍ମାଣାଧୀନ କୋଠାରେ ପ୍ରବେଶ କରିଥିଲେ ବୋଲି ଅଭ୍ୟନ୍ତର ମନ୍ତ୍ରାଳୟର ମୁଖପାତ୍ର ନାଜିବ ଦାନିଶ କହିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial