ପୁଟିନ୍‌ଙ୍କୁ ଫୋନ୍ କଲେ ମୋଦୀ : ଅଭିନନ୍ଦନ ଜଣାଇ ଏକାଠି ମିଶି କାମ କରିବାକୁ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍‌ଙ୍କୁ ବୁଧବାର ଫୋନ୍ କରିଛନ୍ତି। ପୁଣି ଥରେ ପୁଟିନ୍ ରୁଷିଆର ରାଷ୍ଟ୍ରପତି ହୋଇଥିବାରୁ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରୁଷିଆର ‌ଜନସାଧାରଣଙ୍କ ଶାନ୍ତି, ସମୃଦ୍ଧି ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଧିକାରିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି, ଫୋନ୍ ରେ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ବିଶେଷ ଏବଂ ବିଶେଷ ଅଧିକାର ପ୍ରାପ୍ତ ଦ୍ୱିପାକ୍ଷିକ ରଣନୀତିକ ସହଯୋଗ ଅଧିକ ସଦୃଢ଼ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନାରେ ସହମତି ପ୍ରକାଶ ପାଇଛି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ସହଯୋଗ ହୋଇଥିବା ପ୍ରଗତିର ସମୀକ୍ଷା ମଧ୍ୟ ହୋଇଥିବା ମୋଦୀ କହିଛନ୍ତି। ଏହା ସହିତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତାମତ ଆଦାନ ପ୍ରଦାନ ହୋଇଥିବା ମୋଦୀ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି।

Share Now:

Kalinga News Beuro

Next Post

ପାଣିକୁ ଖସିଲା ନନ୍ଦନକାନନ ରୋପ୍‌ୱେ’ର ୬ କ୍ୟାବିନ୍ : ଯାତ୍ରୀ ନଥିବାରୁ ଟଳିଗଲା ବଡ଼ କ୍ଷୟକ୍ଷତି

Wed Mar 20 , 2024
ମନେପକାଇଲା ୨୦୧୧ରେ ଘଟିଥିବା ଦୁର୍ଘଟଣା ବାରଙ୍ଗ: ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ନନ୍ଦନକାନନ ରୋପ୍‌ୱେରେ ଗୋଟିଏ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ‌ରୋପ୍‌ ହଠାତ୍‌ ଅତ୍ୟଧିକ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି ଯାକ କ୍ୟାବିନ୍‌ କାଞ୍ଜିଆ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା। ସୌଭାଗ୍ୟକୁ ସେତେବେଳେ କ୍ୟାବିନ୍‌ଗୁଡ଼ିକରେ କେହି ପର୍ଯ୍ୟଟକ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା। କୌଣସି ଏକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଥିବା କୁହା ଯାଉଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial