ମିଆଁମାର ସାମରିକ ଶାସନ ବିରୋଧରେ ଜୋ ବାଇଡେନ୍

ମିଆଁମାର ସାମରିକ ଶାସନ ବିରୋଧରେ ଜୋ ବାଇଡେନ୍‌

ୱାଶିଂଟନ୍‌: ମିଆଁମାର୍‌ ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼୍‍ ନୂଆ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ କି, ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ୍‌ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି। ବାଇଡେନ୍‌ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲ୍‌ମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ୧ ବିଲିୟନ୍‌ ଡଲାର୍‌ ସମ୍ପଦର ଉପଯୋଗ କରିପାରିବେ ନାହିଁ। ସେମାନଙ୍କ ବିରୋଧରେ ଆହୁରି ଅଧିକ କଟକଣା ମଧ୍ୟ ଜାରି କରାଯିବ।

ସେ କହିଛନ୍ତି, ଅକ୍ତିଆର କରିଥିବା ଶାସନ କ୍ଷମତା ପ୍ରତ୍ୟାହାର କରିବା ସହ ସେନା ବର୍ମାର ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁ। ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ବେସାମରିକ ସାମାଜିକ ସଙ୍ଗଠନ ଏବଂ ସେ ଦେଶର ଜନତାଙ୍କୁ ଉପକୃତ କରୁଥିବା ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ମିଳୁଥିବା ଆମେରିକୀୟ ସହାୟତା ସବୁକୁ ସ୍ଥଗିତ ରଖିବାଲାଗି ବାଇଡେନ୍‌ ତାଙ୍କ ପ୍ରଶାସନକୁ ଆଦେଶ ଦେଇଛନ୍ତି। ଏହି ସପ୍ତାହର ଆଗାମୀ ଦିନରେ ଏହି କଟକଣାର କ୍ଷେତ୍ରସବୁ ଚିହ୍ନଟ କରାଯିବ। ବର୍ମାର ଜନତା ପ୍ରତିବାଦ କରୁଛନ୍ତି ଓ ବିଶ୍ୱବାସୀ ତାହା ଦେଖୁଛନ୍ତି ବୋଲି ମିଆଁମାର୍‌ର ଅନ୍ୟ ଏକ ନାମ ଧରି ବାଇଡେନ୍‌ କହିଛନ୍ତି। ତେଣୁ, ଆମେ ଅତିରିକ୍ତ କଟକଣା ଜାରି କରିବାକୁ ପ୍ରସ୍ତୁତ ଏବଂ ଏହି ଉଦ୍ୟମରେ ସହଯୋଗ କରିବାକୁ ବିଶ୍ୱରେ ଥିବା ଆମର ମିତ୍ର ରାଷ୍ଟ୍ରମାନଙ୍କୁ ବି ଅନୁରୋଧ କରିବୁ।

Share Now:

Kalinga News Beuro

Next Post

ଝରାଫୁଲ ହତ୍ୟାକୁ ୧୫ ଦିନ ପରେ ମଧ୍ୟ ଖୋଲୁନି ରହସ୍ୟ

Thu Feb 11 , 2021
ଭିସେରା ରିପୋର୍ଟ ପାଇଲା ପରେ ବି ପୁଲିସ ଚୁପ୍,ଧରାପଡୁନି ଶେଖର ଭୁବନେଶ୍ବର/ଯାଜପୁର : ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ଘଟଣାକୁ ୧୫ ଦିନ ବିତିଗଲାଣି। କିନ୍ତୁ ରହସ୍ୟ ଉପରୁ ପରଦା ହଟାଇବାରେ ପୁଲିସ ଏଯାଏ ସଫଳ ହୋଇପାରିନି। ଭିସେରା ରିପୋର୍ଟ ମିଳିବା ପରେ ହତ୍ୟା ରହସ୍ୟ ଉନ୍ମୋଚିତ ହେବ ବୋଲି ଆରମ୍ଭରୁ କହି ଆସୁଥିଲା ପୁଲିସ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ […]
ଝରାଫୁଲ ହତ୍ୟାକୁ ୧୫ ଦିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial